ଭାରତ ସ୍କାଉଟ ପକ୍ଷରୁ କରୋନା ସେଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଭାରତ ସ୍କାଉଟ ପକ୍ଷରୁ ଗୋଲାମୁଣ୍ଡାଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ନବ କିଶୋର ସାହୁ ଉପସ୍ଥିତ ରହି ଭାରତ ସ୍କାଉଟ ପକ୍ଷରୁ କରୋନା ସେଚେତନତା ର‌୍ୟାଲିକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ର‌୍ୟାଲି ସମଗ୍ର ଗୋଲାମୁଣ୍ଡା ସହର ପରିକ୍ରମା କରି ଲୋକମାନଙ୍କୁ କରୋନା ସମ୍ପର୍କିତ ସଚେତନତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ପିଇଟି ଶିକ୍ଷକ ଅଶ୍ୱିନୀ ଦାସ, କୁହୁରା ପିଇଟି ଶିକ୍ଷକ ମନୋଜ ଅଗସ୍ତି,ମାନଝରୀ ପିଇଟି ଶିକ୍ଷକ ଯୋଶବନ୍ତ ପୁରୋହିତ, ଖଲିଆପାଲି ପିଇଟି ଶିକ୍ଷକ କ୍ଷୀରୋଦ ମୁଣ୍ଡ, ବୋରଗୁଡା ପିଇଟି ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନୀ, ରେଙ୍ଗସାପାଲି ପିଇଟି ଶିକ୍ଷକ ସତ୍ୟବାନ ସାମନ୍ତ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.