କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଯାଦବ ସୌର୍ଯ୍ୟ ପାଳନ

କଳାହାଣ୍ଡି, (ବର୍ଦ୍ଧମାନ ଜୈନ): କେସିଙ୍ଗା ସ୍ଥିତ ଯଦୁ ନିଉଜ ନେସନ କାର୍ଯ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ‘ଯାଦବ ସୌର୍ଯ୍ୟ ଦିବସ’ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରେଜାଙ୍ଗାଲା ପୋଷ୍ଟରେ ସହିଦ୍ ହୋଇଥିବା ୧୧୪ ଯାଦବ ସୈନିକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ୧୯୬୨ ମସିହା ନଭେମ୍ବର ୧୮ ରାତ୍ରରେ ଚୀନ୍ ର ୩ହଜାରରୁ ଅଧିକ ସୈନିକଙ୍କ ସହ ଲେହ ଲଦାଖର ରେଜାଙ୍ଗଲା ପୋଷ୍ଟରେ ଥିବା ଭାରତର ୧୩ କୁମାୟୁଁ ରେଜିମେଣ୍ଟ୍ ଚାର୍ଲି କମ୍ପାନୀର ୧୨୦ ଯାଦବ ସୈନିକ ମଧ୍ୟରେ ହୋଇଥିବା ବିଶ୍ଵ ପ୍ରସିଦ୍ଧ ସମ୍ମୁଖ ଯୁଦ୍ଧ ହୋଇଥିଲା। ଏଥିରେ ଭାରତର ଯାଦବ ବୀର ଅହିର୍ ମାନେ ଚୀନ୍ ସେନାର ୧୪୦୦ ରୁ ଅଧିକ ସୈନିକଙ୍କୁ ହତ୍ୟା କରିଥିଲେ। ଯାହା ଫଳରେ ଚୀନ୍ ସେନା ତାଙ୍କ ପୋଷ୍ଟରୁ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ସମରରେ ଭାରତର ୧୧୪ ଯାଦବ ଅହିର ସୈନିକ ସହୀଦ ହୋଇଥିଲେ। ଏହି ୧୨୦ ବୀର ସାହସୀ ଯାଦବ ସୈନିକଙ୍କ ବିରତ୍ୱକୁ ଜନସାଧାରଣଙ୍କ ନିକଟକୁ ନେବା ସହ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଅଖିଳ ଭାରତ ବର୍ଷିୟ ଯାଦବ ମହାସଭା ପକ୍ଷରୁ ଦେଶସାରା ଏହି ଦିବସ ପାଳନ କରାଯାଇଥାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହି କ୍ରମରେ କେସିଙ୍ଗା ଯଦୁ ନିଉଜ୍ ନେସନ୍ କାର୍ଯ୍ୟାଳୟ ଠାରେ ପାଳିତ ହୋଇଥିବା ଯାଦବ ସୌର୍ଯ୍ୟ ଦିବସରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯାଦବ ମହାସଭା ଉପସଭାପତି ନୃପରାଜ ଯାଦବ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସହ-ସମ୍ପାଦକ ତ୍ରିଲକ୍ଷ ନାଏକ, କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭା ସଭାପତି ଅଶୋକ ପୋଢ, କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡଙ୍କ ସମେତ ପଦ୍ମିନୀ ଗଉଡ, ପ୍ରତାପ ବାଗ, ଅର୍ଜୁନ ପୋଢ, ପୂର୍ଣ୍ଣଚନ୍ଦ୍ର ପୋଢ, ରମାକାନ୍ତ ଗଉଡ, ତ୍ରିପୁର ନାଏକ, ବେଣୁଧର ପୋଢ, ନିଳାଞ୍ଚଳ ପୋଢ, ଗୁଣନିଧି ଭାଟି, ପ୍ରଭାତ ବିଶି ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.