ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼: ଖଣ୍ଡୁଆଳ ମାଳି ପର୍ବତରେ ବକ୍ସାଇଟ ଖଣି ଖନନକୁ ନେଇ ବିରୋଧ ଏବେ ବଢିବାରେ ଲାଗିଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ – ଥୁଆମୂଲରାମପୁରରେ ଥିବା ଏହି ସ୍ଥାନରୁ କଦାପି ବକ୍ସାଇଟ ଖନନ କରାଇଦେବୁ ନାହିଁ ବୋଲି ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ଶପଥ ନେଇଛି। ଏନେଇ ସମିତି ପକ୍ଷରୁ ପୁଲିଂପଦର ଠାରେ ହୋଇଛି ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସଂଗ୍ରାମୀ ନେତା ଲିଙ୍ଗରାଜ ଆଜାଦ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପୁଲିଂପଦର ତଥା ଲାଞ୍ଜିଗଡ଼, ଥୁଆମୁଲ ରାମପୁର ବ୍ଲକ୍ ଅଞ୍ଚଳର ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇ ଖଣ୍ଡୁଆଳ ମାଳି ପର୍ବତର ବକ୍ସାଇଟ ଖନନକୁ ବିରୋଧ ବିରୋଧ କରାଯିବ ବୋଲି ମତପ୍ରକାଶ କରିଥିଲେ। ଆଗାମୀ ଦିନରେ ବହୁ ରାଷ୍ଟ୍ରୀୟ କମ୍ପାନୀ ମାନେ ଖଣ୍ଡୁଆଳ ମାଳି ପର୍ବତ ଉପରେ ବକ୍ସାଇଟ ଖନନର ମସୁଧା ରଖିଥିବା ବେଳେ ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ଏହାକୁ ବିରୋଧ କରିଆସୁଛି। ଏହି କ୍ରମରେ ବୈଠକରେ ଆଲୋଚନା କରଯାଇଥିଲା। ଆଗାମୀ ଦିନରେ ଖଣ୍ଡୁଆଳ ମାଳିକୁ ସୁରକ୍ଷା ଦିଆଯିବା ସହିତ ଏଥିରେ ବକ୍ସାଇଟ ଖନନକୁ ତିବ୍ର ବିରୋଧ କରାଯିବ ବୋଲି ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.