ଆଟବିକଙ୍କ ଗୈାରବ ଗାଥା ବଖାଣ କରେ ଦେବଗିରି

● କୁମାରସ୍ବାମୀ ମହୋତ୍ସବର ଦ୍ଵିତୀୟ ସାନ୍ଧ୍ୟ କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଅତୀତର ଆଟବିକ, ବିଦ୍ୟାଧର ରାଜ୍ୟ, ମହାକାନ୍ତାର, କାନ୍ତାର, ଇନ୍ଦ୍ରବନ, କାରୁଣ୍ଡ ମଣ୍ଡଳ ଆଦି ବିଭିନ୍ନ ନାମରେ ପରିଚିତ କଳାହାଣ୍ଡିର ସମୃଦ୍ଧ ଐତିହାସିକ ପୃଷ୍ଠଭୂମି ରହିଛି। ଏହି ସଭ୍ୟତା ସମୁହର ମୁକସାକ୍ଷୀ ଭାବେ ଆଜି ବି ଦଣ୍ଡାୟମାନ ଦେବଗିରି। ଦେବଗିରି ଆଟବିକଙ୍କ ଗୈାରବ ଗାଥା ବଖାଣ କରେ ବୋଲି ଗୁରୁବାର କୁମାରସ୍ବାମୀ ମହୋତ୍ସବର ଦ୍ବିତୀୟ ସାନ୍ଧ୍ୟ ଅଧିବେଶନରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ଠାରେ ଆୟୋଜିତ ଉକ୍ତ ସମାରୋହକୁ ନର୍ଲା ଓକିଲ ସଂଘ ସଭାପତି ଚନ୍ଦ୍ରଶେଖର ଚାନ୍ଦ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦେଇଥିଲେ।

Udyog Nursery
Udyogi Nursery

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡ଼ଙ୍ଗୀ ମୁଖ୍ୟ ବକ୍ତା, ବିଶିଷ୍ଟ କୃଷକ ବୈଷ୍ଣବ ମାଝୀ, ରାକ୍ସି ସରପଞ୍ଚ ଚନ୍ଦ୍ରମା ଧଙ୍ଗଡାମାଝୀ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ସଭା ଆରମ୍ଭରେ ଅନୁଷ୍ଠାନର ଧ୍ୟେୟ ସଂଗୀତ ପରିବେଷିତ ହୋଇଥିଲା। ଯୁବ ଲେଖକ ଡିଲେଶ୍ବର ରଣା ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋଜ କୁମାର ଷଡଙ୍ଗୀ, ରଞ୍ଜନ କୁମାର ମହାନ୍ତି, ଚିନ୍ତାମଣି ନାଏକ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତି ଶିକ୍ଷକ ତ୍ରିନାଥ ଶ୍ୟାମ କୁମାର ଏବଂ ମରଣୋତ୍ତର ଭାବେ ଦେବଗିରି ମଠର ପୂର୍ବତନ ସେବାୟତ ଦୁର୍ବାଦଳ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ପଶ୍ଚିମ ଓଡ଼ିଶାର ମହାନ ଲୋକକଳା ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ, ସଦସ୍ୟ କେଶବ ବେହେରା, ବାଲ୍ମୀକି କରୁଆଁ, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.