ଦେବଗିରିରେ ଫରଫର ହୋଇ ଉଡୁଛି ଆଟବିକ ବିଦ୍ୟାଧର ରାଜ୍ୟର ବୈଜୟନ୍ତି ବାନା

● କୁମାରସ୍ବାମୀ ମହୋତ୍ସବ ଉଦଯାପିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳା ସଂସ୍କୃତି ପାଇଁ ପ୍ରାଗ୍ ଐତିହାସିକ କାଳରୁ ଭାରତବର୍ଷରେ ନିଜର ସ୍ବାତନ୍ତ୍ର୍ୟ ପ୍ରତିପାଦନ କରିଥାଏ କଳାହାଣ୍ଡି। ଆଟବିକ ରାଜ୍ୟର ହୃଦ୍ କମ୍ପନକାରୀ ଶବର ପୁଲିନ୍ଦ ସୈନ୍ୟ ମହାଭାରତ ଯୁଦ୍ଧରେ ଭାଗ ନେଇଥିଲେ। ଏହି କନ୍ଧାନ ଭୂମିର ୧୨ହଜାର ଡମ୍ କଳାକାର ପାରସ୍ୟ ସମ୍ରାଟଙ୍କ ଆମନ୍ତ୍ରଣ କ୍ରମେ ସପ୍ତମ/ଅଷ୍ଟମ ଶତାବ୍ଦୀରେ ଯାଦବ ବୀର ବଏରାମ ଗଉରଙ୍କ ଶାସନ କାଳରେ ପାରସ୍ୟ ଯାଇ ବାଦ୍ୟ ନୃତ୍ୟ ଶିକ୍ଷା ଦେଇଥିଲେ।

Omkar Vasthu
Omkar Vasthu


ଏହି ଭୂମିର ଦୁର୍ଦ୍ଧଷ ସୈନ୍ୟଦଳ ଶତ୍ରୁର ନିଦ ହଜାଇ ଦେଉଥିଲେ। ସମ୍ରାଟ ଅଶୋକ କଳିଙ୍ଗ ଜୟ କରିଥିଲେ ମଧ୍ୟ ଆଟବିକ ରାଜ୍ୟ ଜୟ କରିବାର ଅଭିଳାଷ ପରିହାର କରିଥିଲେ। ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ଦେବଗିରି ଏସବୁର ମୂକସାକ୍ଷୀ ଭାବେ ଆଜି ମଧ୍ୟ ଦଣ୍ଡାୟମାନ। ଆଜି ବି ଦେବଗିରିରେ ଫରଫର ହୋଇ ଉଡୁଛି ଆଟବିକ ବିଦ୍ୟାଧର ରାଜ୍ୟର ବିଜୟ ବୈଜୟନ୍ତି। ଦେବଗିରି ବୀରତ୍ବ ଓ ସଂସ୍କୃତିର ମିଳନ ପୀଠ ବୋଲି କୁମାରସ୍ବାମୀ ମହୋତ୍ସବର ତୃତୀୟ ଦିବସରେ ମତ ପ୍ରକାଶ ପାଇଛି।

Pearl dental clinic
Near Ashish Medical Store, Bhawanipatna


ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତିନି ଦିନ ଧରି ଚାଲିଥିବା କୁମାରସ୍ବାମୀ ମହୋତ୍ସବ ଶୁକ୍ରବାର ରାତିରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୯ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

Udyog Nursery
Udyogi Nursery

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ଡ. ସଞ୍ଜୟ କୁମାର ଶତପଥୀ, ମୁଖ୍ୟବକ୍ତା ଭାବେ ଥୁଆମୂଳ ରାମପୁର ମା’ ମାଣିକେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଓ ନାରୀନେତ୍ରୀ ପ୍ରମିଳା ପଧାନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଦେବେନ୍ଦ୍ର ନାଏକ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀ ଓ ଯୁବ କଳାକାର ମାନସ ରଞ୍ଜନ ସାହୁ ମଞ୍ଚାସୀନ ଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହର ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ। ଅନୁଷ୍ଠାନର ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।


ଏହି ଅବସରରେ ହରେକୃଷ୍ଣ ଭୋଇଙ୍କୁ ଦେବଗିରି ସମ୍ମାନ, ସୁଶ୍ରୀ ଲିପ୍ସାମୟୀ ଦୁବେଙ୍କୁ ଦେବଗିରି ଯୁବ ସମ୍ମାନ, ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ଦେବେନ୍ଦ୍ର ବିଶିଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, କୈଲାସ ଚନ୍ଦ୍ର ନାଏକଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ସତ୍ୟ ନାରାୟଣ ନାଏକଙ୍କୁ ଦେବଗିରି ଲୋକଗୀତ ସମ୍ମାନ, ଦୀପକ ରଞ୍ଜନ ସାହୁଙ୍କୁ ଦେବଗିରି ସମାଜସେବା ସମ୍ମାନ, ସନ୍ତୋଷ କୁମାର କରଙ୍କୁ ଦେବଗିରି ଶିକ୍ଷା ସମ୍ମାନ, ସୁମିତ କୁମାର ଧଙ୍ଗଡାମାଝୀଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ ଓ ଭୁପେନ୍ଦ୍ର ଦୀପଙ୍କୁ ଦେବଗିରି ଦେଶସେବା ସମ୍ମାନ ପ୍ରଦାନ କରାଯାଇଥିଲା।


ସଭା ପ୍ରାରମ୍ଭରେ ଅନୁଷ୍ଠାନର ଧ୍ୟେୟ ସଂଗୀତ ଜୟ ଦେବଗିରି ପରିବେଷିତ ହୋଇଥିବାବେଳେ ଗୁରୁ କୈଳାସ ଚନ୍ଦ୍ର ନାଏକଙ୍କ ଦଳ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ଆସରରେ ପଶ୍ଚିମ ଓଡିଶାର ଶତାଧିକ କଳାକାର ଭାଗନେଇ କଳା ପ୍ରଦର୍ଶନ କରିଥିଲେ।


ଏଥିରେ ଯୁବ ଲେଖକ ଡିଲେଶ୍ୱର ରଣା, ତ୍ରିନାଥ ଶ୍ୟାମ କୁମାର, ତପନ କୁମାର ଭୋଇ, ଜିତେନ୍ଦ୍ର କୁମାର ସାହୁ, ବିନୟ କୁମାର ସାହୁ, ସୁଶ୍ରୀ ବିଜୟଲଷ୍ମୀ ଧଙ୍ଗଡ଼ାମାଝୀ, ସଲିଲ କୁମାର ଧଙ୍ଗଡ଼ାମାଝୀ, ସୁନିତା ଧଙ୍ଗଡ଼ାମାଝୀ, ବାଲ୍ମୀକି କରୁଆଁ, ପୀୟୂଷ ଧଙ୍ଗଡ଼ାମାଝୀ ପ୍ରମୁଖ ସହଯୋଗ କରିଥିଲେ। ବିଶିଷ୍ଟ ମଞ୍ଚ ଉପସ୍ଥାପକ ସୁଧୀର ନାଏକ ନୃତ୍ୟ ଆସରର ସଂଯୋଜନା କରିଥିବାବେଳେ ରଙ୍ଗବତୀ ଡେନ୍ସ ଗୃପ୍ ସମ୍ବଲପୁର ପ୍ରଥମ, କିଲର୍ ଗୃପ୍ ବଲାଙ୍ଗୀର ଦ୍ବିତୀୟ, ବି.ଟି. ଡେନ୍ସ ଗୃପ୍ ସଇଁତଲା ତୃତୀୟ ଏବଂ କେତନ ନାଏକ ବରଗଡ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.