ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଘରେ ଘରେ ଭସାଇଲେ ଡଙ୍ଗା ଲୋକେ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଆ-କା-ମା- ବୈ .. , ପାନ ଗୁଆ ଥୋଇ ..ପାନ ଗୁଆ ତୋର, ମାସକ ଧରମ ମୋର .. । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ସମୟରେ ଅନେକେ ‘ଆ-କା-ମା-ଭୈ’ କହିଥାଆନ୍ତି। ଏହିଦିନ ପ୍ରତ୍ୟୁଷରେ ସୋଲ ବା କଦଳୀ ପଟୁକାରେ ତିଆରି ଡଙ୍ଗାରେ ଦୀପ ଜାଳି, ସେଥିରେ ଗୁଆ, ପାନ, ଅକ୍ଷତ (ଗୋଟା ଅରୁଆ ଚାଉଳ) ଓ ରାଶି ମିଶ୍ରିତ ପଞ୍ଚଶସ୍ୟ ରଖି, ତାହାକୁ ନଦୀ, ପୁଷ୍କରିଣୀ ବା ସମୁଦ୍ର ଆଦିରେ ଭସାଯାଏ । ଠିକ ସେହିପରି ଆଜି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରେ ଘରେ ଲୋକେ ଡ଼ଙ୍ଗା ବସାଇ, ଦୀପ ଜାଳି କାର୍ତ୍ତିକ ପୂର୍ଣ୍ଣମୀର ଆନନ୍ଦ ଉପଲବ୍ଧି କରିଅଛନ୍ତି । ଡଙ୍ଗା ଭସାଇବାବେଳେ ବୋଲାଯାଏ, ‘‘ଆ-କା-ମା-ବୈ – ପାନ-ଗୁଆ ଥୋଇ ପାନ-ଗୁଆ ତୋର ମାସକ ଧରମ ମୋର।’’ କହି ପାରମ୍ପରିକ ରୀତିନୀତି ପାଳନ କରିଥିବା ଦେଖିବାକୁ ମିଳିଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.