ନିରାଡମ୍ବର ଭାବେ ପାଳିତ ହେଲା ସର୍ବପୁରାତନ ସୁନହଟ ବୋଇତ ବନ୍ଦାଣ ଉତ୍ସବ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶାର ସର୍ବପୁରାତନ ସୁନହଟ ବୋଇତ ବନ୍ଦାଣ ଉତ୍ସବ ସମିତି ପକ୍ଷରୁ ଆଜି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି ୬୨ତମ ବୋଇତ ବନ୍ଦାଣ ଉତ୍ସବ। ସମିତିର ସଭାପତି ଡାକ୍ତର ଶାନ୍ତନୁ କୁମାର ଦାସଙ୍କ ସଭାପତିତ୍ୱରେ ଏକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ସଦର ବିଧାୟକ ସ୍ବରୂପ କୁମାର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ, ସୁନହଟ ହେଉଛି ବାଲେଶ୍ଵରର ଅନ୍ୟତମ ସାଂସ୍କୃତିକ ପ୍ରାଣକେନ୍ଦ୍ର। ସ୍ଥଗିତ ଥିବା ନୌବାଣିଜ୍ୟ ସ୍ମାରକୀ ତୋରଣକୁ ପୁଣିଥରେ ସୁନହଟ ଛକ ଠାରେ ସ୍ଥାପନା କରାଯିବା ସହ ସବୁପ୍ରକାର ସାହାଯ୍ୟ ସେ କରିବେ ବୋଲି କହିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଗୌତମ ଦାସ, ସମ୍ପାଦକ ସାହିରୁଲ ହକ୍ ନିଜ ନିଜ ବକ୍ତବ୍ୟ ରଖି ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରିଥିଲେ। ପରେ ବିଧି ଅନୁଯାୟୀ ବୋଇତ ବନ୍ଦାଣ କରାଯିବା ପରେ ସୁନହଟ ଚନ୍ଦନ ମହଲ ଠାରେ ଥିବା ପୋଖରୀରେ ବିଧାୟକ ଓ ସମସ୍ତ କର୍ମକର୍ତ୍ତା ସୋଲର ବୋଇତକୁ ଭସାଇଥିଲେ। ଏଥିରେ ବୀରେଶ୍ବର ଦାସ, ସୁମନ ଦାସ, ନିହାର ରାଉତ, କାର୍ତ୍ତିକ ବଳ, ଜୀବନ ପାଣି, ମନ୍ମଥ ଦାସ, ବିକାଶ ପଣ୍ଡା, ରାଧା ପ୍ରଣୟ ଦାସ, ଅଜୟ ବେହେରା, ସୁଶାନ୍ତ ଦାସ, ଇନ୍ଦ୍ରଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.