ଜବାବ୍ ମାଗେ ଦୋରା ସମାଜ: ଆମେ କେଉଁ ବର୍ଗର

● ଓଡିଶା ଅବହେଳିତ ଦୋରା, ଏନେଟି ଦୋରା, ମାନେ ଦୋରା, ମୁକା ଦୋରା ମହାସଂଘର ମହାସଭା

ଲାଞ୍ଜିଗଡ଼: ଓଡ଼ିଶାର ଅନ୍ୟତମ ଅବହେଳିତ ଜନଜାତି ଦୋରା, ଏନେଟି ଦୋରା, ମାନେ ଦୋରା, ମୁକା ଦୋରା ମହାସଂଘ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗ୍ରାମ ପଞ୍ଚାୟତ ସୀତାପୁର ଗାଁ ଠାରେ ଏକ ମହାସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଦୋରା ମହାସଂଘର ସଭାପତି ଦଶରଥ ଦୋରାଙ୍କ ସଭାପତିତ୍ବରେ ରାଜ୍ୟ ସ୍ତରୀୟ ଅତିଥି ମାନେ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟମ୍ ସ୍ବାଇଁ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତ କୋରାପୁଟ ଜିଲ୍ଲା ସଭ୍ୟ ବୈଦ୍ୟନାଥ ଘମେଲ, ସମ୍ମାନିତ ଅତିଥି ଭାବେ ବିକାଶେନ୍ଧୁ ଉଦାଲି, ନର୍ଲା ସଭାପତି ବୀରକିଶୋର ଦୋରା, ଗଜପତି ଜିଲ୍ଲା ସଭ୍ୟ ଦେବକି କୁମାରୀ ବିଶୋଇ, ସମ୍ପାଦକ ମିନକେତନ ଦଣ୍ଡସେନା, ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ସଭାପତି ବିଶିକେଶନ ଆର୍ଜା, ଉପ ସଭାପତି ଧବିର ଦୋରା ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu


ଦେଶ ସ୍ୱାଧୀନ ହୋଇ ୭୫ ବର୍ଷ ବିତି ଯାଇଥିଲେ ହେଁ ଆଜି ଯାଏଁ ଦୋରା ସମ୍ପ୍ରଦାୟ ଲୋକଙ୍କ ଆଞ୍ଚଳିକ ଅନୁସାରେ ରେଭ୍ୟୁନ ରେକର୍ଡ ଜମିପଟାରେ ନାନା ପ୍ରକାର ଭାବେ ଏକାଜାତି ଲୋକଙ୍କୁ ଦୋରା, ଏନେଟି ଦୋରା, ଏଣ୍ଟା ମାରୁ ଦୋରା, ମୁକା ଦୋରା ରାୟଗଡା, କୋରାପୁଟ, କଳାହାଣ୍ଡି, ଗଜପତି, କନ୍ଧମାଳର ଦୋରା ସଂପ୍ରଦାୟର ଲୋକଙ୍କୁ ଜନଜାତି ତାଲିକା ଭୁକ୍ତ କରି ସଂରକ୍ଷଣ ସୁବିଧା ଦିଆଯାଇନାହିଁ। ୧୮୮୯, ୧୯୦୧, ୧୯୦୯ ମସିହାରେ ବ୍ରିଟିଶ ସରକାର କରିଥିବା ସର୍ବେ ଅନୁଯାୟୀ ବିଜୟ ନଗରର, ଗଞ୍ଜାମ, ନୟାଗଡ ଜିଲ୍ଲାରେ ବାସ କରୁଥିବା କାଚରା ଦୋରା, ତେଲେଙ୍ଗା ଦୋରା ମାନଙ୍କ ଚାଲିଚଳଣ, ସାମାଜିକ, ଆର୍ଥିକ ସଚ୍ଚାଳତାକୁ ଅନୁଧ୍ୟାନ କରି (ଆର୍ ଜି ଆଇ) ଭୁଲରେ ଦୋରାନାମିତ୍ତ ଏନେଟି ଦୋରା, ଗଇତା ଦୋରା, ମୁକା ଦୋରା ସାମ୍ପ୍ରଦାୟର ଲୋକଙ୍କ ଶିକ୍ଷାଗତ, ଆର୍ଥିକ ତଥା ସାମାଜିକ ସଚ୍ଚଳତା ଭଲ ବୋଲି ଦର୍ଶାଇ ଭୁଲ ତଥ୍ୟ କେନ୍ଦ୍ର ସରକାରଙ୍କୁ ଜଣାଇ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ କରିବାକୁ ନାକଚ କରିଥିବା ବେଳେ କେନ୍ଦ୍ର ସରକାର ଆଜିଯାଏଁ ଜନଜାତି ତାଲିକା ଭୁକ୍ତ କରିନାହାନ୍ତି। ତେବେ ଓଡ଼ିଶା ସରକାର କେନ୍ଦ୍ରକୁ ଶୀଘ୍ର ତାର ପ୍ରତିକାର କରିବାକୁ ଚେଷ୍ଟା କରି ନାହାନ୍ତି ଏବଂ କେନ୍ଦ୍ର ସରକାର ଏହା ଉପରେ କିଛି ପଦକ୍ଷେପ ନେବାରେ ବିଳମ୍ବ କରିବା ଯୋଗୁଁ ଲକ୍ଷ ଲକ୍ଷ ଲୋକ ସଂରକ୍ଷଣ ସୁବିଧା ନ ପାଇ ଅବହେଳିତ ଭାବେ ଗରିବ, ଅଶିକ୍ଷିତ, ଅନାଗ୍ରସର, ଭାବେ ରହି ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁନାହାନ୍ତି ଦୋରା ସମାଜର ଲୋକେ।

Pearl dental clinic
Near Ashish Medical Store, Bhawanipatna


ରାଜ୍ୟର ନେତା ମାନେ ଭୋଟ ସମୟରେ ଗ୍ରାମର କିଛି ସ୍ୱାର୍ଥବାଦୀ ଲୋକଙ୍କୁ ଟଙ୍କା ପ୍ରୋତ୍ସାହନ ଦେଖାଇ ତାଙ୍କ ମାଧ୍ୟମରେ ଭୋଟ ନେବାପାରେ ଅଶିକ୍ଷିତ, ଗରିବଙ୍କ କାର୍ଯ୍ୟ ଦାବିପୂରଣ କରିବାକୁ ଭୁଲିଯାଇ ସମସ୍ତ ନାଗରିକଙ୍କୁ ସମାନ ଅଧିକାର, ସମାନ ସୁବିଧା ଦେବା ସମ୍ଭିଧାନ ନିୟମ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରୁନାହାନ୍ତି। ଭାରତ ପରାଧୀନ ଅବସ୍ଥାରେ ବ୍ରିଟିଶ ସରକାର ତାଙ୍କ ସ୍ୱାର୍ଥ ହାସଲ ପାଇଁ ଗ୍ରାମରେ ନାୟକ, ମଣ୍ଡଳ ନାୟକ ପଦ ଦେଇ ତାଙ୍କ ମାଧ୍ୟମରେ ଲୋକଙ୍କୁ ଶୋଷଣ କରି ବଳ ପୂର୍ବକ ଶାସନ କରୁଥିଲେ। ହେଲେ ଠିକ ଆଜି ମଧ୍ୟ ସେହି ପରିବାର ଲୋକଙ୍କ ଦ୍ୱାରା ସ୍ୱାର୍ଥ ବାଦି ଗ୍ରାମର ମୁଖିଆ ଭାବେ କେତେ ଜଣ ଦଲାଲ ନିରୀହ ଲୋକଙ୍କ ଠାରୁ ଟଙ୍କା ଶୋଷଣ କରି ଆତ୍ମସାତ କରୁଛନ୍ତି। ତେଣୁ ସେହି ସ୍ୱାର୍ଥବାଦି ଲୋକମାନଙ୍କ ବୟାନକୁ ନେଇ ସମସ୍ତ ନିରୀହ ଦୋରା ସାମ୍ପ୍ରଦାୟର ଲୋକଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ନ ଦେବା ଉଚିତ ନୁହଁ। ସେମାନେ ନିଜର ସ୍ୱାର୍ଥ ନିମନ୍ତେ ସମାଜର ନିୟମକୁ ନମାନି ବିଶୃଙ୍ଖଲା ସୃଷ୍ଟି କରି ଛୁଆଁ ଅଛୁଆଁ ଭେଦଭାବ ରଖି ଲୋକଙ୍କ ଶିକ୍ଷା ଆର୍ଥିକ, ସାମାଜିକ ଉର୍ନ୍ନତି, ଜାତି ବର୍ଗର ମାନ୍ୟତା, ସଂରକ୍ଷଣ ସୁବିଧା ପାଇଁ ଚେଷ୍ଟା କରିବା ବଦଳରେ ଦଲାଲ ଭାବେ ନେତା ମାନଙ୍କ ଇଙ୍ଗିତରେ ସାଧାରଣ ଅଶିକ୍ଷିତ ଲୋକଙ୍କ ଏକତାକୁ ନଷ୍ଟ କରି ବେନିୟମ କାର୍ଯ୍ୟକରି ଲୋକଙ୍କ ମୌଳିକ ଅଧିକରରେ ବାଧା ସୃଷ୍ଟି କରୁଛନ୍ତି।

Udyog Nursery
Udyogi Nursery


ସମାଜର ଜନସାଧାରଣ ଲୋକ ଆଦିମ ଯୁଗରୁ ଓଡିଶା ରାଜ୍ୟରେ ଅବହେଳିତ ଭାବେ ରହି ବାରମ୍ବାର ରାଜ୍ୟ ତଥା କେନ୍ଦ୍ର ସରକାର ନିକଟରେ ନିଜ ନିଜ ମୌଳିକ ସାମ୍ବିଧାନିକ ଅଧିକାର ପାଇବାକୁ ଜଣାଇ ୭୫ ବର୍ଷ ପରେ ମଧ୍ୟ ଦୋରା ସମ୍ପ୍ରଦାୟ ଲୋକ ସଂରକ୍ଷଣ ସୁବିଧାରୁ ବଞ୍ଚିତ ହୋଇ ଗ୍ରାମର ୱାର୍ଡ ମେମ୍ବର, ସରପଞ୍ଚ, ବିଧାୟକ, ସାଂସଦ ପ୍ରାଥୀ ଭାବେ ପ୍ରତିଦାନ୍ଦିତ କରିବା ର ସୁବିଧାଦିଆ ଯାଉ ନ ଥିବା ବେଳେ ଶତକଡା ଜଣେ ମଧ୍ୟ ପ୍ରାଥୀ ହୋଇ ପାରୁନାହାନ୍ତି।


ତେଣୁ ନାଗରିକର ଭୋଟ ଦେଇ ନିଜ ମନ ମୁତାବକ ପ୍ରାଥୀ ଚୟନ କରିବା ପ୍ରକ୍ରିୟା ର ମୌଳିକ ସ୍ୱାଧୀନ ଅଧିକାର ରୁ ବଞ୍ଚିତ କରାଇ ଭୋଟ ବର୍ଜନ କରିବା କୁ ସରକାର ବାଧ୍ୟ କରୁଥିବା ଓଡିଶା ଦୋରା ମହାସଂଘ ପ୍ରକାଶ କରଛନ୍ତି। ତେବେ ଦୋରା ସମ୍ପ୍ରଦାୟ ଲୋକଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା, ସଂରକ୍ଷଣ ସୁବିଧା ରାଜ୍ୟ ତଥା କେନ୍ଦ୍ର ସରକାର ଶୀଘ୍ର ପ୍ରଧାନ କରି ଗରିବ ଅଶିକ୍ଷିତ, ସାମାଜିକ ଅବନତି ଦୂର କରିବା ସହ ଭୋଟ ଦେବା ଅଧିକାର ରୁ ବଞ୍ଚିତ ନ କରିବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସୁଦର୍ଶନ ଦୋରା ପରିଚାଳନା କରିଥିବା ବେଳେ ଏଥିରେ ଏକ ରାଜ୍ୟ ସ୍ତରୀୟ କମିଟି ଚୟନ କରାଯାଇଥିଲା। ସଭାପତି ଭାବେ ସତ୍ୟମ୍ ସ୍ବାଇଁ, ମୋହନ ପାହାଡ଼ୁ, ଉପସଭାପତି ତ୍ରିନାଥ ମାସାଡି, ତାଉବୁ ଦୋରା, ସମ୍ପାଦକ ସୁଦର୍ଶନ ଦୋରା, ମୁକୁନ୍ଦ ଦୋରା, କୋଷାଧ୍ୟକ୍ଷ ଦେବକୀ କୁମାରୀ, ସିମାଞ୍ଚଳ ବାଣ୍ଡିଙ୍କୁ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ସୀତାପୁର ସନସାଇନ୍ ଯୁବକ ସଂଘ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.