କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଜୟପୁର ସିଟିଜେନ କମିଟିର କାର୍ଯ୍ୟକାରିଣୀ ବୈଠକ ସାଇକ୍ରିଷ୍ଟା ହୋଟେଲରେ ମୀନକେତନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସିଟିଜେନ କମିଟିର କମ୍ୟୁନିଟି ହଲ ନିର୍ମାଣ ପାଇଁ ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି ଦୁଇ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଡିସେମ୍ବର ୨୬ ତାରିଖରେ ସିଟିଜେନ କମିଟିର ପାରିବାରିକ ବନ୍ଧୁ ମିଳନ ହେବା ପାଇଁ ସ୍ଥିରୀକୃତ ହୋଇଛି। ଜୟପୁର ଆକାଶବାଣୀର ପରିଚାଳନା ଭାର ଭବାନୀପାଟଣାକୁ ହସ୍ତାନ୍ତର ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବୈଠକରେ ବିରୋଧ କରାଯାଇଛି। ଜୟପୁର ଆକାଶବାଣୀର ସ୍ୱତନ୍ତ୍ରତା ଓ ସ୍ୱାୟତ୍ତତା ବଜାୟ ରଖିବା ପାଇଁ ସରକାରଙ୍କୁ ସଭା ମାଧ୍ୟମରେ ଅନୁରୋଧ କରାଗଲା। ଜୟପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଶ୍ରୀ ପୁରୋହିତଙ୍କ ନିଯୁକ୍ତି ପାଇଁ ସରକାରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଶ୍ରୀ ପୁରୋହିତଙ୍କୁ ସ୍ବାଗତ ଜଣାଇ ପୌର ପରିଷଦର ଦୁର୍ଦ୍ଧଷା ସମ୍ପର୍କରେ ତାଙ୍କ ସହିତ ଆଲୋଚନା ପାଇଁ ଏକ କମିଟି ଗଠିତ ହେଲା। ଏହି କାର୍ଯ୍ୟକାରିଣୀ ବୈଠକକୁ ଡ଼. ସୁରେଶ ଦାଶ ପରିଚାଳନା କରିଥିଲେ। ସର୍ବଶ୍ରୀ ନିର୍ମଳ ଚନ୍ଦ୍ର ମଲ୍ଲିକ, ଇଂ.କେଦାର ବେହେରା, ସୁବାସ ପଣ୍ଡା, ଉପସଭାପତି ମଦନ ମୋହନ ନାୟକ, କୋଷାଧକ୍ଷ ଜଗନ୍ନାଥ ମିଶ୍ର, ଯାଦବ ସୁବୁଦ୍ଧି, ରତ୍ନାକର ଚୌଧୁରୀ, ଭୀମସେନ ଅଗ୍ରୱାଲ, ଜି.ଭେକଟ ରାଓ, ରାମକୃଷ୍ଣ ସାହୁ, ଡ଼. ପରମେଶ୍ୱର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।