ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜଠାରେ ବିଶ୍ଵ ଏଡସ୍ ଦିବସ ପାଳିତ

ଲାଞ୍ଜିଗଡ଼: ଏଡସ୍ କୁ ରୋକିବା ପାଇଁ ହେଲେ ସଚେତନତା କରାଇବା ହିଁ ଏକମାତ୍ର ପନ୍ଥା। ଏହାକୁ ନେଇ ବିଶ୍ବ ଏଡ଼ସ ଦିିବସ ଅବସରରେ ଲାଞ୍ଜିଗଡ଼ ବ୍ଲକ ସ୍ଥିତ ଲାଞ୍ଜିଗଡ ରୋଡ଼ ଜୁନିୟର କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଲାଞ୍ଜିଗଡ଼ ରୋଡ଼ ଜୁନିୟର କଲେଜ ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ କଲେଜ ପରିସରରୁ ବାହାରି ଲାଞ୍ଜିଗଡ଼ ରୋଡ଼, ଦୁର୍ଭଟା, କାକଭଟା ପରିକ୍ରମା କରିବା ସହିତ ଏଡସ୍ ସମ୍ପର୍କରେ ନାରା ମାଧ୍ୟମରେ ସଚେତନତା ରାଲି କରି ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେ ବିଷୟରେ ବୁଝାଇଥିଲେ। ଏହି ପରିକ୍ରମା କରି ପୁଣି କଲେଜକୁ ଆସି ସେଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu


ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅକ୍ଷୟ ଗୋଛୟତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏଡସ୍ ସମ୍ପର୍କରେ ବୁଝାଇଥିଲେ। ମୁଖ୍ୟବକ୍ତା ଅଧ୍ୟାପକ ସରୋଜ ଜେନା ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କିଶୋର ସା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରେଡକ୍ରସ ଦାୟିତ୍ଵରେ ଥିବା କଲେଜର ଇଂରାଜୀ ଅଧ୍ୟାପକ ନିକୁଞ୍ଜ ବିହାରୀ ଭୋଇ ପରିଚାଳନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ଛାତ୍ରଛାତ୍ରୀମାନଙ୍କ ଏହି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.