ଉତ୍କଳ ଆଲୁମିନାରେ ବିଶ୍ୱ ଏଡସ୍ ଦିବସ ପାଳିତ

ରାୟଗଡା/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡରେ ବିଶ୍ୱ ଏଡ୍‍ସ ଦିବସ ଏହାର କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ ପାଳିତ ହୋଇଯାଇଛି । ଏଚଆଇଭି / ଏଡ୍‍ସ ନିରାକରଣ ସମ୍ପର୍କରେ ପ୍ରବାସୀ ଶ୍ରମିକ, ଠିକା ଶ୍ରମିକ, ଟ୍ରକ ଡ୍ରାଇଭର ଏବଂ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ।


ଏଚଆଇଭି/ ଏଡ୍‍ସ ନିରାକରଣ ଉପରେ ସମାଜକୁ ସଚେତନ କରାଇବା ଦିଗରେ ଏକ ପ୍ରତୀକାତ୍ମକ ପ୍ରୟାସ ସ୍ୱରୂପ ୧୫ ଜଣ ସ୍ୱେଚ୍ଛାସେବୀ (ଉତ୍କଳ ଆଲୁମିନାର କର୍ମଚାରୀ) ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ଅବଦାନ ରଖିଥିଲେ । ଏହି ଅବସରରେ ଲାଲ ରିବନ ଏବଂ ପ୍ରଚାରପତ୍ର ବଣ୍ଟନ କରାଯିବା ସହିତ ହୋର୍ଡିଂ ପ୍ରଦର୍ଶନ କରାଯାଇଥିଲା ଏବଂ କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଶ୍ରମିକ ଏବଂ ଠିକା ଶ୍ରମିକମାନଙ୍କୁ ଏଚଆଇଭି / ଏଡ୍‍ସ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା ।


ଏହି ଏଡ୍‍ସ ସଚେତନତା ଅଭିଯାନ ଅବସରରେ ପ୍ରାୟ ୮୦୦ କର୍ମଚାରୀ, ୧୦୦୦ରୁ ଅଧିକ ଠିକା ଶ୍ରମିକ କର୍ମଚାରୀ ଏବଂ ପ୍ରାୟ ୪୦ ଜଣ ଟ୍ରକ ଡ୍ରାଇଭରଙ୍କୁ ସଚେତନ କରାଯାଇଥିଲା । ଉତ୍କଳ ଆଲୁମିନାର ମୁଖ୍ୟ ଶ୍ରୀ ମଜହର ବେଗ୍‍ ଏଚଆଇଭି ନିରାକରଣ ସମ୍ପର୍କରେ ସଚେତନତା ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ପାରିପାର୍ଶ୍ୱିକ ଅଞ୍ଚଳ ବାହାରକୁ ପ୍ରସାରିତ କରିବା ଦିଗରେ ସ୍ୱେଚ୍ଛାସେବୀଙ୍କର ଭୂମିକାକୁ ପ୍ରଶଂସା କରିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.