ସୋନପୁର: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖରଜୁରା ଅନ୍ତର୍ଗତ ମହଲେ ଗ୍ରାମରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସଂଗୀତା ଚୌଧୁରୀ, ନାଇକେନପାଲି ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଅଶୋକ କୁମାର ମିଶ୍ର, ମହିଳା ସ୍ୱାସ୍ଥ୍ୟକର୍ମୀ କଲ୍ୟାଣୀ ସାହୁ, ସ୍ଥାନୀୟ ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। ଡାକ୍ତର ଚୌଧୁରୀ ଏଡ୍ସ ରୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଶ୍ରୀ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।