ଲାଞ୍ଜିଗଡ଼: ଭାରତ ସରକାରଙ୍କ ସଂକଳ୍ପ ଯୋଜନା ଅଧିନରେ ଜିଲ୍ଲା ପ୍ରଶାସନ ଓ ଦକ୍ଷତା ପରିଷଦ କଳାହାଣ୍ଡି ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଳକ ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ଠାରେ ଆୟୋଜିତ ଉକ୍ତ ଶିବିରରେ ରାଜ୍ୟ ତଥା ରାଜ୍ୟ ବାହାରର ୧୪ ଟି ବିଭିନ୍ନ ଘରୋଇ ନିଯୁକ୍ତିଦାତା ସଂସ୍ଥା ଉପସ୍ଥିତ ରହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ତୁଳସୀ ନାଏକ, ଜିଲ୍ଲା ନିୟୋଜକ ଅଧିକାରୀ ଅଜିତ କୁମାର ଉତରାୟ, ନିୟୋଜକ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ, ଜିଲ୍ଲା ଦକ୍ଷତା ସଂଯୋଜକ ଶ୍ରିମନ୍ତ ପଣ୍ଡା, ଓଡିଶା ଜୀବିକା ମିଶନର ବିପିଏମ୍ ସଞ୍ଜିବ କହଁର, ଦକ୍ଷତା ଉନ୍ନୟନ ସଂଯୋଜକ ଅୟେସ କାନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ତେବେ ୨୬ଗୋଟି ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ସଠିକ୍ ସୂଚନା ପ୍ରାପ୍ତ ନ ହେବା ଯୋଗୁଁ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିରରୁ ଯୁବକ ଯୁବତୀମାନେ ବଞ୍ଚିତ ରହିଥିଲେ। ଏହି ଶିବିରରେ ବିଭିନ୍ନ ସ୍ଥାନର ମିଶନ ଶକ୍ତି ଦଳ ଓ ମହିଳା ସୟଂସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହିଥିଲେ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in