୪୨ମୌଜା ଯାଦବ ମହାସଭା ପକ୍ଷରୁ ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

କଟକ: ୪୨ମୌଜା ଯାଦବ ମହାସଭା ପକ୍ଷରୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ଅନୁମୋଦନ କ୍ରମେ ଦେଉଳି ଗ୍ରାମର ବରିଷ୍ଠ ଯାଦବ ଭାସ୍କର ବେହେରା, ପରୀକ୍ଷିତ ବେହେରା, ଅନାମ ବେହେରା, ମଙ୍ଗରାଜ ବେହେରା ଓ ମିର୍ଯାଇପୁର ଗ୍ରାମର ସୁରେଶ ଚନ୍ଦ୍ର ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Omkar Vasthu
Omkar Vasthu


ଏନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ୪୨ମୌଜା ଯାଦବ ମହାସଭାର ଉପଦେଷ୍ଟା ବିନୋଦ ବେହେରା, ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, ଭିକାରୀ ପରିଡା, ରମେଶ ବେହେରା, ସୁଶାନ୍ତ ବେହେରା, ପର୍ଶୁରାମ ବେହେରା, ରିଙ୍କୁ ବେହେରା, ସାଗର ବେହେରା, ଆଶିଷ ବେହେରା, ସୌମ୍ୟ ବେହେରା ଓ ଶ୍ରୀମନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ବିଶିଷ୍ଟ ଯାଦବ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


କାର୍ଯ୍ୟକ୍ରମ ପରିଚାଳନାରେ ସୁକାନ୍ତ ବେହେରା, ବିଭୂତି ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଅଭିମନ୍ୟୁ ବେହେରା ଓ ସନ୍ଦିପ କୁମାର ବେହେରା ସହଯୋଗ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଉତ୍କଳ ଯାଦବ ମହାସଭା ସହବନ୍ଧିତ ୪୨ମୌଜା ଯାଦବ ମହାସଭା ସମାଜର ବହୁବିଧ ହିତ ଦୃଷ୍ଟିରୁ ବର୍ଷ ତମାମ ଏପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ କରି ଆସୁଛି । ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରାଙ୍କ ବଳିଷ୍ଠ ନେତୃତ୍ବ ତଥା ମହାସଭାର କାର୍ଯ୍ୟକର୍ତ୍ତାମାନଙ୍କ ସହଯୋଗରେ ଏହା ସମ୍ଭବ ହୋଇ ପାରୁଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.