● ସଙ୍ଗମ ଇ-ପତ୍ରିକାର ସପ୍ତମ ସଂସ୍କରଣ ଉନ୍ମୋଚନ ଏବଂ ମାସିକ କବିତା ଆସର
ଭବାନୀପାଟଣା: ସାହିତ୍ୟ ଜୀବନକୁ ବଞ୍ଚିବା ପାଇଁ ପ୍ରେରଣା ଦେଇଥାଏ ଏବଂ ସାରା ବିଶ୍ୱର ସାହିତ୍ୟକ ମାନଙ୍କର ମଧ୍ୟରେ ସମ୍ପର୍କ ସ୍ଥାପନ କରିଥାଏ ବୋଲି ସଙ୍ଗମ ସାହିତ୍ୟ ଇ-ପତ୍ରିକାର ସପ୍ତମ ସଂସ୍କରଣ ଉନ୍ମୋଚନ ଅବସରରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ମାସିକ କବିତା ଆସର ପ୍ରତିଷ୍ଠାତା ଆନନ୍ଦ ସାଗରିଆଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଡ଼ଃ. ପ୍ରୀତିଧାରା ସାମଲ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଲୋକସଂସ୍କୃତି ଗବେଷକ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଯୋଗଦେଇଥିଲେ ।କାର୍ଯ୍ୟକ୍ରମର ସ୍ୱାଗତ ଭାଷଣ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ହେମନ୍ତ କୁମାର ରାଉତ କରିଥିବାବେଳେ କାର୍ଯ୍ୟକାରୀ ସମ୍ପାଦକ ଚୁନିଲ କୁମାର ଗଙ୍ଗଦେବ ଉପସ୍ଥାପନା ଓ ସୁଶ୍ରୀ ଦ୍ରୌପଦୀ ଜଗତ ପ୍ରାରମ୍ଭିକ ସ଼ଂଗୀତ ଗାନ କରିଥିଲେ । ପତ୍ରିକାର ସମ୍ପାଦକ ରମାକାନ୍ତ ସିଂ ସାହାଣୀ ସଭା ପରିଚାଳନା କରିଥିଲେ । ଉକ୍ତ ଆସରରେ କବି ଡିଙ୍ଗର ସାହୁ, ଚୂଡ଼ାମଣି ବେହେରା, କାହ୍ନୁ ଚରଣ ସାହୁ, ଅନିତା ସାହୁ, ଲିଙ୍ଗରାଜ ପୁଞ୍ଜି, କ୍ରିଷ୍ଣା କୁମାର ଦାସ, ଦେବିଦତ୍ତ ବେହେରା, ଲଛମନ ମାଝୀ, ପିଙ୍କୁ ରଣବିଡା, ଟିକେମଣି ବୁଧିଆ, ଗୋବିନ୍ଦ ପଣ୍ଡା, ବବଲି ଦାଶ, ଧରିତ୍ରୀ ଭୋଇ, ନରସିଂହ ମେହେର, ରଞ୍ଜିତ ଆରେବେଡିଆ, ଶ୍ରୁତିମା ସରାଫ ଏବଂ ଦେବକୀ ସରାଫ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସହସମ୍ପାଦକ ଦୀପକ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।