କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ସରିଆଁ ଶିଶୁ ମନ୍ଦିରର ଛାତ୍ର ଶ୍ରୀମାନ ଶାଶ୍ଵତ ନାୟକ ଚଳିତ ଶିକ୍ଷା ବର୍ଷର ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ନର୍ଲା ବ୍ଳକରେ ଯୋଗ୍ଯ ବିବେଚିତ ହୋଇଛନ୍ତି । ସେ ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପୁରୋହିତ ନାୟକ ଓ ଶ୍ରୀମତୀ କଳ୍ପନା ନାୟକ ଙ୍କ ଏକ ମାତ୍ର ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ସରିଆଁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ଶିଶୁ ମନ୍ଦିର ପରିବାର ଖୁସି ବ୍ୟକ୍ତ କରିଛନ୍ତି ।