କେସିଙ୍ଗା ବନାଞ୍ଚଳର ଜନସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୃକ୍ଷ ହିଁ ଜୀବନ । ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଭଳି ଶ୍ଲୋଗାନକୁ ବାସ୍ତବତାରେ ପରିଣତ କରିବା ପାଇଁ ବନ ବିଭାଗର ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ । ସଚେତନତା ଅଭାବରୁ ଖାମଖିଆଲି ମନୋଭାବ ନେଇ ମଣିଷ ଅନେକ ଗୁରୁତର ଭୁଲ କରିଥାଏ । ଜଙ୍ଗଲ ମଣିଷର ଜୀବନଧାରାର ଏକ ଅଂଶ ବିଶେଷ ହୋଇଥିବା ବେଳେ ମଣିଷ ଏଥିରେ ନିଆଁ ଲଗାଇ ରାଷ୍ଟ୍ରିୟ ସମ୍ପତିକୁ ପ୍ରଭୁତ କ୍ଷତି ପହଞ୍ଚାଇଥାଏ । ଏହି ବହୁମୂଲ୍ୟ ସମ୍ପତିକୁ ସୁରକ୍ଷା ଦେବାପାଇଁ ବନ ବିଭାଗ ତରଫରୁ ଜନସଚେତନତା ନିମନ୍ତେ ଅଭିନବ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu


ଏହି କ୍ରମରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବନାଞ୍ଚଳ ତରଫରୁ ରୁପ୍ରାରୋଡ ସେକ୍ସନ ର ଦୁଇଗୋଟି ପୃଥକ ପୃଥକ ସ୍ଥାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମ ମାନ କରାଯାଇଛି । ବନ ସୁରକ୍ଷା ସମିତି ରାକ୍ସୀ ଓ ରାଣୀପଟା ଠାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଗତକାଲି ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ମାନଙ୍କରେ ସ୍ଥାନୀୟ ବନରକ୍ଷୀ ନିଗମ କୁମାର ସାହୁ, ଫକୀର ବିଶ୍ୱାଳ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏଥିରେ ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ କୁମାର ସାହୁ ଏବଂ କାର୍ଯ୍ୟନିର୍ବାହୀ କମିଟି ର ସଦସ୍ୟ/ସଦସ୍ୟା ବୃନ୍ଦ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷୟତ୍ରୀ ରୀନା ପରିଡା, ଶିକ୍ଷକ କୁଲଦୀପ ମାଝୀ, ଓଡିଶା ଜୀବିକା ମିଶନର ନୋଡାଲ ଅଫିସର ସେବତୀ ଦୀପ ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲରେ ନିଆଁ ଲାଗିଲେ ପରିବେଶ ଦୁଷିତ ହେବା ସାଙ୍ଗକୁ ବନ୍ୟ ଜନ୍ତୁ ମରିଯିବା ସହ ମୃତ୍ତିକା ନଷ୍ଟର ଭୟାବହତା ବିଷୟରେ ଅବଗତ କରାଇ ଜଙ୍ଗଲକୁ କିଭଳି ନିଆଁ ଦାଉରୁ ବଞ୍ଚାଇବାକୁ ପଡିବ ସେ ବିଷୟରେ ଜନସାଧାରଣଙ୍କୁ ବୁଝାଇବା ସହ ଜନସଚେତନା ସୃଷ୍ଟି କରିଥିଲେ । ପରିଶେଷରେ ଆମ ଜଙ୍ଗଲ ଯୋଜନାର ଦଳପତି ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.