କେସିଙ୍ଗା, (ମଧୂସୁଦନ ଠାକୁର): ଭବାନୀପାଟଣା ସ୍ଥିତ ନିୟୁ ଷ୍ଟାର ସିନେପ୍ଲେକ୍ସ ପରିସରରେ ଓଜେୟୁ କଳାହାଣ୍ଡି ଶାଖାର ଦ୍ବିତୀୟ ବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ଉପରେ ବିଷଦ ଭାବେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ଓଜେୟୁ କଳାହାଣ୍ଡି ଶାଖା ସଭାପତି ଭାବେ ନିରୋଜ କୁମାର ପଟ୍ଟନାୟକ, ଉପସଭାପତି ଭାବେ ତୁମ୍ବେଶ୍ବର ସାହୁ, ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମଣ ସ୍ୱାଇଁ, ସହସମ୍ପାଦକ ଭାବେ ସନ୍ତୋଷ କୁମାର ସିଂ, ବରୋଦା ପ୍ରସନ୍ନ ନାୟକ, ସଞ୍ଜିବ ଦାସ, ପ୍ରଦୀପ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଅଭିରାମ ପ୍ରସାଦ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏହି ଅବସରରେ ନୂତନ କର୍ମକର୍ତ୍ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ବାଦିକ ମାନଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ବୀମା, ପେନସନ ଆଦି ବିବିଧ ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।