ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକର ୧ ନମ୍ବର ଜୋନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋର ସୋରରେ ଚାଲିଛି । ଲାଞ୍ଜିଗଡ଼ ବ୍ଲକ ୧ନଂ ଜୋନରେ ଅଞ୍ଜଳି ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେ ଏହି ଜୋନ୍ ଅନ୍ତର୍ଗତ ୧୩ ଗୋଟି ଗ୍ରାମ ପଞ୍ଚାୟତର ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଅଞ୍ଚଳର ଜନସାଧାରଣ ମଧ୍ୟ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ବନ୍ଦାପଣା କରୁଥିବା ଦେଖାଯାଇଛି । ବିଜେଡି ପ୍ରାର୍ଥୀନୀ ଅଞ୍ଜଳି ମାଝୀଙ୍କୁ ବିଜୟୀ କରାଇବା ପାଇଁ ଲାଞ୍ଜିଗଡ଼ ବ୍ଲକର ବିଜେଡି କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ମଧ୍ୟ ଜୋର ସୋରରେ ଲାଗି ପଡିଛନ୍ତି । ଅପ୍ରାଣ ଉଦ୍ୟମ ସହ ଭୋଟରଙ୍କୁ ଶାସକ ଦଳର କରାମତି ତଥା ନବୀନ ବାବୁଙ୍କ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଶଙ୍ଖ ଚିହ୍ନରେ ଭୋଟ ଦେବା ନିମନ୍ତେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଉକ୍ତ ପ୍ରଚାରରେ ବହୁ ଗ୍ରାମ୍ୟ ନେତୃବୃନ୍ଦ, ସଚେତନ ନାଗରିକ, କର୍ମୀ ଓ ନେତାବୃନ୍ଦଙ୍କୁ ନେଇ ଭୋଟ ପ୍ରଚାରରେ ବାହାରିଛନ୍ତି ଅଞ୍ଜଳି ମାଝୀ।
ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ), ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି