ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼: ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ସୁଶ୍ରୀ ମମତା ଶବର ଏବେ ମାରାଥନ୍ ପ୍ରଚାରରେ ଲାଗିପଡିଛନ୍ତି । ଉଚ୍ଚ ଶିକ୍ଷିତା ମମତା ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ତଥା ବିକାଶ ପାଇଁ ସଂକଳ୍ପ ବଦ୍ଧ ବୋଲି ମତ ପ୍ରକାଶ କରିଛନ୍ତି । ଖୋଲା ବହି ଚିହ୍ନରେ ଲଢ଼ୁଛନ୍ତି ମମତା । ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ତାଙ୍କର ପ୍ରଚାର ଚାଲିଥିବା ବେଳେ ମମତାଙ୍କ ସହ ମହିଳାମାନେ ଯାଇ ଅନ୍ୟ ଗ୍ରାମର ମହିଳାମାନଙ୍କୁ ମଧ୍ୟ ସାମିଲ କରି ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । ଜଣେ ଉଚ୍ଚ ଶିକ୍ଷିତ ଯୁବତୀ ତଥା ଉଚ୍ଚ ଚିନ୍ତାଧାରା ସଂପନ୍ନା ହୋଇଥିବାରୁ ମମତାଙ୍କ ଉପରେ ପଞ୍ଚାୟତର ଜନସାଧାରଣଙ୍କ ଜଥେଷ୍ଟ ଭରସା ରହିଛି । ତେଣୁ ସେ ନିର୍ବାଚନ ବୈତରଣୀ ପାର ହୋଇ ପାରନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।
ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ), ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି