ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବରିଷ୍ଠ ଶିକ୍ଷକ ମଧୁସୂଦନ ରାଉତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମଧୁସୂଦନ ରାଉତଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛି ନର୍ଲା ପ୍ରାଥମିକ ଶିକ୍ଷକ ସଂଘ । ଶ୍ରୀ ରାଉତ ୨୮ ଫେବୃୟାରୀରେ ଅବସର ଗ୍ରହଣ କରିଛନ୍ତି । ସେ କେବଳ ଜଣେ ଶିକ୍ଷକ ନଥିଲେ । ଥିଲେ ପ୍ରକୃତି ପ୍ରେମୀ ମଣିଷ ଟିଏ । ତାଙ୍କ ଶିକ୍ଷକତା ଜୀବନ ମଧ୍ୟରେ ସେ କାର୍ଯ୍ୟ କରିଥିବା ବାଂକେଲ, ବେହେରାପାଟି, ଡିଗିରାପଡା ବିଦ୍ୟାଳୟ, ନର୍ଲାରୋଡ଼ ବିଦ୍ୟାଳୟ ସବୁରେ ନିଜ ଖର୍ଚ୍ଚ ଓ ପ୍ରଚେଷ୍ଟାରେ ସୁନ୍ଦର ସବୁଜିମା କାନନ ସୃଷ୍ଟି କରି ପାରିଛନ୍ତି । ଶିକ୍ଷକ ମଧୁସୂଦନ ରାଉତ ଏକାଧାରରେ ଜଣେ ଉଚ୍ଚ କୋଟୀର ଭାଗବତ ଆସୁକବି ଅଟନ୍ତି । ଅଂଚଳର ପ୍ରତ୍ୟେକ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ କାର୍ଯ୍ୟକ୍ରମ ସବୁରେ ସେ ପ୍ରତ୍ୟକ୍ଷ ଭାବରେ ସଂଶ୍ଲିଷ୍ଟ ରହି କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ରହୁଥିଲେ । ଆଜି ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନର୍ଲା ୟୁପି ସ୍କୁଲ ଠାରେ ବିଦାୟୀ ଶିକ୍ଷକ ଶ୍ରୀ ରାଉତଙ୍କ ବିଦାୟ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Udyog Nursery
Udyogi Nursery

ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଂଚାୟତ ସମିତି ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ତଥା ନର୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମ୍ପାଦକ ରାମଚନ୍ଦ୍ର ପରିଡା, ସମ୍ମାନୀତ ଅତିଥି ଭାବରେ ସୁନୀଲ ଚାନ୍ଦ, ନିର୍ମଳ ବାରିକ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୀପାଞ୍ଜଳୀ ପାଢ଼ୀ, ସମ୍ପାଦକ କିଶୋର ଚନ୍ଦ୍ର ଭୋଇ, ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ ଶିକ୍ଷକ ଅନାଦି ଗିରି ପ୍ରମୁଖ ମଞ୍ଚାସୀନ ରହି ମଧୁସୂଦନଙ୍କ ତ୍ୟାଗପୁତ ମନୋଭାବ ଉପରେ ବଖାଣିବା ସହିତ ସେ ଜଣେ ମେଳାପୀ, ଓ ଛାତ୍ର ବତ୍ସଳ ବ୍ୟକ୍ତି ବୋଲି କହିବା ସହ ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ଶିକ୍ଷକ ଅର୍ଜୁନ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ସଂଘ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ନର୍ଲା କ୍ଲଷ୍ଟର, ବ୍ୟକ୍ତିଗତ ଭାବରେ ଶିକ୍ଷକ ଶିକ୍ଷୟିତ୍ରୀମନେ ବିଦାୟୀ ଶିକ୍ଷକ ଶ୍ରୀ ରାଉତଙ୍କୁ ଉପହାର ମାନ ପ୍ରଦାନ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ରାଉତ ଅବସର ପରେ ମଧ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ପ୍ରଦାନରେ ବ୍ରତୀ ରହିବେ ବୋଲି ମତବ୍ୟକ୍ତ କରିବା ସହ ଛାତ୍ର ଛାତ୍ରୀଙ୍କ ପାଇଁ ମଙ୍ଗଳ ମନାସୀ ଥିଲେ । ସମ୍ବର୍ଦ୍ଧନା ସଭା ସରିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନସାଧାରଣ ବିଦାୟୀ ଶିକ୍ଷକ ମଧୂସୁଦନ ରାଉତଙ୍କୁ ତାଙ୍କ ତୁଳାଗାଁ ବାସଭବନ ପଯ୍ୟନ୍ତ ନେଇ ଛାଡିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.