ସାମ୍ବାଦିକରୁ ବିଜେଡି ସମର୍ଥନରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ହେଲେ ବିନ୍ଦୁ ମହାନନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ବ୍ଲକରେ ସମସ୍ତ କଳ୍ପନାଜଳ୍ପନା ଅନ୍ତ ଘଟାଇ ସାମ୍ବାଦିକରୁ ବିଜେଡି ଦଳର ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହୋଇଛନ୍ତି ବିନ୍ଦୁ ମହାନନ୍ଦ । ସେ ତାଙ୍କ ପ୍ରତିଦ୍ୱନ୍ଦି ଦୈତାରି ରାଉତଙ୍କୁ ଏକ ମାତ୍ର ଭୋଟରେ ପରାଜିତ କରି ବିଜୟୀ ମୁକୁଟ ପିନ୍ଧିଛନ୍ତି । ବ୍ଲକର ୨୮ ଗୋଟି ସମିତି ସଭ୍ୟ ମଧ୍ୟରୁ ବିନ୍ଦୁ ମହାନନ୍ଦଙ୍କ ପକ୍ଷରେ ୧୪ ଗୋଟି ଭୋଟ ପଡିଥିବା ବେଳେ ଦୈତାରୀ ରାଉତଙ୍କ ପକ୍ଷରେ ୧୩ ଗୋଟି ଭୋଟ ପଡିଥିଲା । ଗୋଟିଏ ଭୋଟ ନାକଜ ହୋଇଥିଲା । ଶେଷରେ ବିନ୍ଦୁ ମହାନନ୍ଦ ଗୋଲାମୁଣ୍ଡା ବ୍ଲକର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ଘୋଷିତ ହୋଇଥିଲେ । ନିର୍ବାଚନ ଅଧିକାରୀ ଭାବେ ଧର୍ମଗଡ ବିଡିଓ ଶରତ କୁମାର ସେଠୀ, ଜିପିଓ ରମିତ କୁମାର ପ୍ରଧାନ, ମୁଖ୍ୟ କିରାଣି ପ୍ରଦିପ କୁମାର ମହାପାତ୍ର, ଭିଏସଏସଓ ତ୍ରିଲୋଚନ ନାଏକ ପ୍ରମୁଖ ସହଯୋଗ କରିଥିଲେ । ବ୍ଲକ ଅଧ୍ୟକ୍ଷ ହେବା ପରେ ଶ୍ରୀ ମହାନନ୍ଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବ୍ଲକ ଅଧ୍ୟକ୍ଷ ହେବା ପଛରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଦଶପୁର ସମିତି ସଭ୍ୟ ଦୁର୍ଗେଶ୍ୱର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମାନଝରୀ ସମିତିସଭ୍ୟ ତୁଲେଶ୍ୱର ନାଏକ ତଥା ସମସ୍ତ ସମିତିସଭ୍ୟଙ୍କୁ କୃତଜ୍ଞତା ଜଣାଇବା ସହିତ ଆଗାମୀ ବିଜେଡି ଦଳୀୟ ଲୋକ ହୋଇ କାମ କରିବା ସହିତ ବ୍ଲକକୁ ସ୍ୱଚ୍ଛ ସୁଶାସନ କରି ବିକାଶକୁ ଶିଖରକୁ ପହଞ୍ଚାଇବି ବୋଲି କହିଛନ୍ତି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.