ନିର୍ଦ୍ବନ୍ଦରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ପଦ ହାସଲ କଲା ବିଜେଡି

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚାୟତ ସମିତି ଅଧ୍ୟକ୍ଷା ମତଦାନ ସମାପନ ହୋଇଯାଇଛି । ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅଧ୍ୟକ୍ଷା ପଦ ହାତେଇଥିବା ଜଣାପଡିଛି । ବାଲିଗୁଡା ବ୍ଲକ ବାରଖମା ଗ୍ରାମପଞ୍ଚାୟତ ସମିତି ସଭ୍ୟା ମିଶାବତୀ ମଲିକ ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ ବିଜୟୀ ହେବାପରେ ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏକ ବିଜୟ ଉତ୍ସବ ପାଳନ କରାଯାଇଛି ।ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ବିଜେଡ଼ି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରାଯାଇଥିଲା ।ଏଥିରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ପୂର୍ବତନ ଏନ ଏସି ଅଧକ୍ଷ ଲୋକନାଥ ପାଢ଼ୀ, ଶ୍ରୀନିବାସ ପାତ୍ର ସୁଜିତ ପାଳ, ବିଜେଶ୍ୱର ମଲିକ, ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲିକ, ଆଶିଷ ଦିଗାଲ ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.