ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ସମିତି ସଭ୍ୟ ମାନଙ୍କୁ ନେଇ ସମସ୍ତ ବ୍ଲକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଶନିବାର ନିର୍ବାଚନ ଶେଷ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ବ୍ଲକର ତଲାମପଦର ଗ୍ରାମ ପଞ୍ଚାୟତରୁ ନିର୍ଦ୍ବନ୍ଦ ଭାବେ ନିର୍ବାଚିତ ହୋଇଥିବା ଦୟାନିଧି ମାଝୀ ନିର୍ବାଚିତ ହୋଇଛନ୍ତି । ୨୪ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତରୁ ବ୍ଲକର ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦ୍ରୌପଦୀ ମାଝୀ ନିର୍ଦ୍ବନ୍ଦରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ନିର୍ବାଚନରେ ଏହି ଦୁଇ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ବିଜେଡି ସମର୍ଥନରେ ଦୟାନିଧି ମାଝୀଙ୍କୁ ୧୬ ଏବଂ କଂଗ୍ରେସ ସମର୍ଥନରେ ଦ୍ରୌପଦୀ ମାଝୀଙ୍କୁ ୮ ଗୋଟି ଭୋଟ ପଡିଥିଲା ।