ଜୟପାଟଣା ବ୍ଲକ ଅଧ୍ୟକ୍ଷ ଭାବରେ ଥବିର ବାଗ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅଧ୍ୟକ୍ଷ ନିର୍ବାଚନ ପୋଲିସର କଡା ସୁରକ୍ଷା ବଳୟ ଭିତରେ ଶେଷ ହୋଇଛି । ଜୟପାଟଣା ବ୍ଳକ ଅଧ୍ୟକ୍ଷ ଭାବରେ ଥବିର ବାଗ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଶ୍ରୀଯୁକ୍ତ ବାଗଙ୍କୁ ୨୨ଗୋଟି ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ସମର୍ଥନ ଜଣାଇଥିଲେ । ତେଣୁ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ତାଙ୍କୁ ବିଜୟ ଘୋଷଣା କରିଥିଲେ । ତାଙ୍କୁ ଅକୁଣ୍ଠ ସମର୍ଥନ ଜଣାଇ ନିର୍ବାଚିତ କରିଥିବାରୁ ଜୟପାଟଣା ବ୍ଳକର ସମସ୍ତ ସମିତି ସଭ୍ୟ/ସଭ୍ୟା ଓ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀଯୁକ୍ତ ବାଗ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.