କେସିଙ୍ଗାରେ କଂଗ୍ରେସର ନିର୍ବାଚନୀ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ପୈ।ର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍ ଧରିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଆଜି କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ । କେସିଙ୍ଗା ଏନ୍ଏସିର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ସହରର ବିଭିନ୍ନ ଓ୍ବାର୍ଡକୁ ଯାଇ ଭୋଟର ମାନଙ୍କୁ ଭେଟି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରେଇବା ପାଇଁ ନିବେଦନ କରିଥିଲେ । ଅପରାହ୍ନ ସମୟରେ କଂଗ୍ରେସ ପକ୍ଷରୁ ସହରରେ ଏକ ମଟର ସାଇକେଲ ଶୋଭାଯାତ୍ରା କରାଯାଇ ଅଧ୍ୟକ୍ଷ ପ୍ରାର୍ଥୀ ରାମକୁମାର ଜୈନଙ୍କୁ ସାଙ୍ଗରେ ଧରି ନିର୍ବାଚନୀ ପ୍ରଚାର କରିଥିଲେ । ପରେ ଦୁର୍ଗା ମଣ୍ଡପ ରାସ୍ତାରେ ଦଳ ପକ୍ଷରୁ ଏକ ନିର୍ବାଚନୀ ସଭାର ଆୟୋଜନ ହୋଇଥିଲା । କେସିଙ୍ଗା ନଗର କଂଗ୍ରେସ କମିଟି ସଭାପତି ଦୟାସାଗର ସାହାଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଯୋଗଦାନ କରି କେସିଙ୍ଗାର ବିକାଶ କରିବାକୁ ହେଲେ ଅଭିଜ୍ଞତା ଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହିବା ସହ ବିଜେଡି ଓ ବିଜେପି ବିରୁଦ୍ଧରେ ଗର୍ଜିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ପ୍ରାର୍ଥୀ ରାମକୁମାର ଜୈନ ମଞ୍ଚାସୀନ ହୋଇ କେସିଙ୍ଗା ସହରକୁ ସ୍ବଚ୍ଛ ଓ ସୁନ୍ଦର ସହର ଗଢିତୋଳିବା ହେଉଛି ମୋର ସ୍ବପ୍ନ ତେଣୁ ସ୍ବପ୍ନକୁ ସାକାର କରିବାକୁ ହେଲେ କେସିଙ୍ଗା ବାସୀଙ୍କ ସମର୍ଥନ ଦରକାର ବୋଲି କହିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲଙ୍କ ସମେତ କଂଗ୍ରେସ ଦଳର ସମସ୍ତ କାଉନସିଲର ପ୍ରାର୍ଥୀ, କେସିଙ୍ଗା ନଗର କଂଗ୍ରେସ ସଂପାଦକ ଟିକେମନ ଦୀପ, ସୁରେଶ ରାଓ, ସୁର୍ଯ୍ୟକାନ୍ତ ଦାସ, ମାହେନ୍ଦ୍ରୀ ସାହୁ, ବସନ୍ତ ନାଏକ ପ୍ରମୁଖ ମଞ୍ଚାସୀନ ହୋଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ଯୁବ ବିଜେଡ଼ିର କାର୍ଯ୍ୟକର୍ତ୍ତା ଦୀନବନ୍ଧୁ ସାହୁ, ଉଦୟ ତାଣ୍ଡି, ଲିଙ୍ଗରାଜ ପୁଟେଲ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.