ପଢନା ଲିଖ୍‌ନା ଅଭିଯାନ ତରଫରୁ ମ.ରାମପୁରରେ ପଥପ୍ରାନ୍ତ ନାଟକ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଠାକୁର ଚରଣ ସାହୁଙ୍କ ତତ୍ୱାବଧାନରେ ଆଜି ପଢନା ଲିଖନା ଅଭିଯାନ ତରଫରୁ ପଥପ୍ରାନ୍ତ ନାଟକ ଉକିଆ ମଞ୍ଚସ୍ଥ ହେଇଯାଇଛି । ଉକିଆ ନାଟକ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ ସହିତ ସଂପୂର୍ଣ୍ଣ ସାକ୍ଷର କରିବା ଉଦ୍ଦେଶ୍ୟରେ ଏହି ନାଟକ ଅନୁଷ୍ଠିତ ହେଇଥିଲା । ଯୁବ ଲେଖକ ଡ଼ିଲେଶ୍ୱର ରଣା ଏବଂ ବ୍ୟଙ୍ଗକବି ବିରଞ୍ଚି ନାରାୟଣ ମୁଣ୍ଡଙ୍କ ଦ୍ୱାରା ଲିଖିତ ଉକିଆ ନାକଟରେ ସୁଧୀର ଧଙ୍ଗଡ଼ାମାଝୀ, ଡ଼ିଲେଶ୍ୱର ରଣା, ବିରଞ୍ଚି ନାରାୟଣ ମୁଣ୍ଡ, ତ୍ରିନାଥ ଶ୍ୟାମ କୁମାର ଅଭିନୟ କରିଥିଲେ । ତଳସାଗରପଡ଼ାଠାରେ ଆରମ୍ଭ ହେଇ ପରବର୍ତ୍ତୀ ସମୟରେ ଅଏଁଲାପାଲି, ଉଲୁରୂପୀ ଏବଂ ନୁନପୁରଠାରେ ନାଟକକୁ ଅନେକ ଲୋକ ଦେଖିବା ସହିତ ସଚେତନ ହେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଏବିଇଓ ବେଣୁଧର କୁମାର, ସିଆରସିସି ସୁବୋଧ ଛତ୍ରିଆ, ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, କୁବେର ମହାଖୁଡ଼ ପ୍ରମୁଖ ଅତିଥିଭାବରେ ଯୋଗଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.