ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଓଡ଼ିଶା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ୬୮ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସମିତିର ଆବାହକ ନୀଳାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ସିଟି ହାଇସ୍କୁଲ ରୋଡ ସ୍ଥିତ ତନିଷ୍କ ସ୍ଵର୍ଣ୍ଣଳଙ୍କାର ବିପଣି ସମ୍ମୁଖ ମୁକ୍ତାକାଶ ମଞ୍ଚରେ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ଦିବସ ଆମ ଜାତୀୟ ଗର୍ବ – ଗୌରବ ତଥା ସ୍ୱାଭିମାନର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସୁଶ୍ରୀ ପ୍ରିୟଙ୍କା ଜେନା, ସାଲିନି ଗୌଡ, ସ୍ଵାତୀ ବଳ, ସିପ୍ରା ବେହେରା, ପ୍ରୀତି ଆଚାରି ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ପ୍ରମୋଦ କୁମାର ସାହୁ, ବିଶ୍ଵନାଥ ସାହୁ, ପ୍ରୀତି ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.