ବେତାଗୁଡା ନବୋଦୟ ବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଚୀର ପତ୍ରିକା “ଉତ୍କଳ ଦିବସ ବିଶେଷାଙ୍କ ୨୦୨୨” ଉନ୍ମଚିତ

ଓଡ଼ିଆ ବାର୍ତ୍ତା/ ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ବେତାଗୁଡା ଜବାହର ନବୋଦୟ ବିଦ୍ୟାଳୟ ଠାରେ ‘ଉତ୍କଳ ଦିବସ’ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଚୀର ପତ୍ରିକା “ଉତ୍କଳ ଦିବସ ବିଶେଷାଙ୍କ ୨୦୨୨” ଉନ୍ମଚିତ ହୋଇ ଯାଇଛି। ଏହି ଅବସରରେ ଓଡ଼ିଶାର ବରେଣ୍ୟ ଭାଷାବିତ ତଥା ଜନ ନାୟକଙ୍କ ଠାରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ଏହି ଦିବସର ମହତ୍ତ୍ଵ ଓ ସ୍ଵତନ୍ତ୍ର ସମ୍ବନ୍ଧରେ ଅବଗତ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ହରପ୍ରସାଦ ମିଶ୍ର ଛାତ୍ରଛାତ୍ରୀଙ୍କୁ ଭାଷା ପ୍ରୀତି ତଥା ଦେଶ ପ୍ରୀତି ସମ୍ପର୍କରେ ଉତ୍ସାହିତ ବାଣୀ ଶୁଣାଇଥିଲେ ।

ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପିକା ଡ଼ଃ. ପ୍ରିୟମ୍ବଦା ସାମଲଙ୍କ ଦିଗଦର୍ଶନରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆହୁରି ଅଧିକରୁ ଅଧିକ ସରସ, ସୁନ୍ଦର ଚିତ୍ତାକର୍ଷକ କରିପାରିଥିଲେ । ପରିଶେଷରେ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଡମ୍ବରୁଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.