ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଥାନା ଚୋଚୋବାହାଲି ଗାଁ ନିକଟ ଜଙ୍ଗଳରୁ ଆଜି ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ମୃତ ହେଦ ଉଦ୍ଧାର କରାଯାଇଛି । ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ମୃତ ଶରୀରଟି ମାଟିରେ ଲାଗି ରହିଥିଲା । ତେବେ ମ.ରାମପୁର ପୁଲିସ ଶବ ଜବତ କରିଥିବା ବେଳେ ମୃତକ ଜଣଙ୍କ ହେଉଛନ୍ତି ସନ୍ତୋଷ ପରାଭୋଏ (୩୭) ପିତା: କୁନ୍ଦା ପରାଭୋଏ ଏବଂ ସେ ମ.ରାମପୁର ନିକଟ କୁଶୁର୍ଲା ଗାଁର ହେଇଥିବାବେଳେ ଚୋଚୋବାହାଲିରେ ଘରଜ୍ୱାଇଁ ରହିଥିଲେ । ମ.ରାମପୁର ପୁଲିସ କେସ୍ ନଂ ୩/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ସବ୍ ଇନିସପେକ୍ଟର ଜୟଦେବ ତାରିଣୀ ।