ବିପନ୍ନ ବନ୍ୟପ୍ରାଣୀ: କୁକୁର କାମୁଡ଼ାରେ ପୁଣି ଏକ କୁଟୁରାର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ରେଞ୍ଚ ଅଞ୍ଚଳରେ ପୁଣି କୁକୁର କାମୁଡ଼ାରେ ଏକ କୁଟୁରାର ମୃତ୍ୟୁ ହେଇଥିବା ଜଣାଯାଇଛି । ଗତକାଲି କୁକୁର ଆକ୍ରମଣରୁ ଉଦ୍ଧାର ହେଇଥିବା କୁଟୁରାର ମୃତ୍ୟୁ ହେବା ପରେ ଆଜି ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ୍ କୁମାର ଦାଶଙ୍କ ନେତୃତ୍ୱରେ ପ୍ରାଣୀ ଚିକିତ୍ସକ, ସ୍ଥାନୀୟ ସରପଞ୍ଚ ବିଣାପାଣି ସାହୁଙ୍କ ଉପସ୍ଥିତିରେ କୁଟୁରାର ମୃତ ହେଦକୁ ବ୍ୟବଚ୍ଛେଦ୍ଦ ସହିତ ପୋତି ଦିଆଯାଇଥିଲା । ବନକର୍ମଚାରୀ ଦାମୋଦର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ତେବେ ଖରା ଦିନକୁ ଦିନ ବଢୁଥିବା ବେଳେ ବଣରେ ନିଆଁ ଲାଗୁଥିବା କାରଣରୁ ବନ୍ୟ ପ୍ରାଣୀମାନେ ଶୋଷ ପାଇଁ ନଦୀକୁ ଆସୁଥିବାବେଳେ ବୁଲା କୁକୁରମାନେ ବଣ ଭିତରେ ବୁଲାବୁଲି କରି ସଂଘବଦ୍ଧ ଭାବରେ ଆକ୍ରମଣ କରୁଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଏହି ସମୟରେ ବନ୍ୟପ୍ରାଣୀମାନେ ଜନବସତି ଓ ପାଣି ମୁହାଁ ହେଇ କୁକୁରଙ୍କ ହାବୁଡ଼ରେ ପଡ଼ି ଏକାଧିକଙ୍କ ଜୀବନହାନୀ ହେଇଥାଏ । ଯାହାକୁ ନେଇ ପ୍ରାଣୀପ୍ରେମୀଙ୍କ ମନରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.