କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳରେ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ପରୀକ୍ଷାକୁ ଚାପ ମୁକ୍ତ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଗୁରୁତ୍ଵ ଆରୋପ କରି ଆସୁଛନ୍ତି । ଏହି ଉଦ୍ଦେଶ୍ୟରେ ଗତ କାଲି ପରୀକ୍ଷା ପେ ଚର୍ଚ୍ଚାର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଚାପ ମୁକ୍ତ ବାତାବରଣ ମଧ୍ୟରେ ପରୀକ୍ଷା ଦେବା ପାଇଁ ଅନେକ ଉପଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ସାରା ଦେଶରେ ଆଭାସି ମାଧ୍ୟମରେ ପ୍ରସାରିତ ହୋଇଛି । ଦେଶର ଅନେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସିଧା ସଳଖ କଥା ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳରେ ଏହା ବଡ଼ ପରଦାରେ ପ୍ରଦର୍ଶିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀ ମାନେ ଖୁବ୍ ଉତ୍ସାହିତ ଅଛନ୍ତି ।ଏହା ତାଙ୍କୁ ଆଗାମୀ ବୋର୍ଡ ପରୀକ୍ଷା ପାଇଁ ଖୁବ୍ ପ୍ରେରଣାଦାୟୀ ହେବ ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ବୋଲି ଶିକ୍ଷକ ପ୍ରଶାନ୍ତ କୁମାର ମହପାତ୍ର ସୂଚନା ପ୍ରଦାନ କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାହର ସିଂ ମିନାଙ୍କ ତତ୍ତ୍ଵାବଧାନରେ ଶ୍ରୀ ପ୍ରଶାନ୍ତ କୁମାର ମହପାତ୍ର, ଶ୍ରୀ ଜ୍ଞାନଦେବ ଦେଶମୁଖ ଏବଂ ଶ୍ରୀ ଧର୍ମରାଜ୍ ବାରିକ୍ ଏହାକୁ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.