ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ଶୋକ

ଓଡ଼ିଆ ବାର୍ତ୍ତା/ ବରଗଡ଼: ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ରିପୁନlଥ ସେଠଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଇଂରାଜୀ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଓ ସାଧାରଣ ସଂପାଦକ ତଥା ସୋହେଲା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ର ଶ୍ରୀଯୁକ୍ତ ସେଠଙ୍କ ବିୟୋଗରେ ପଶ୍ଚିମ ଓଡିଶା ଜଣେ ଜନପ୍ରିୟ ନେତା, ସମାଜସେବୀ ଓ ଗରିବ ଜନାଧାରଣଙ୍କ ବନ୍ଧୁଙ୍କୁ ହରାଇଲା ବୋଲି ଅଭିହିତ କରିଅଛନ୍ତି ।ସେମାନେ ଶ୍ରୀଯୁକ୍ତ ସେଠଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବାସହ ସ୍ବର୍ଗତ ଆତ୍ମାର ସଦ୍ଗତି ପାଇଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.