ଡୁଡୁକାଠେଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ ଡୁଡୁକାଠେଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଘ୍ନେଶ୍ୱର ପୁରୋହିତ ତାଙ୍କ ଚାକିରୀ କାର୍ଯ୍ୟକାଳରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଡୁଡୁକାଠେଙ୍ଗା କ୍ଲଷ୍ଟର ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କୋକସରା ବିଇଓ ରମାକାନ୍ତ ଦାସ, ବିଆରସି ତୋଫାନ ମାଝୀ, ଏବିଇଓ ବିଜୟ କୁମାର ବାରିକ, ସମାଜସେବୀ ବନମାଲି ବାଗ, ଅସିତ ପଣ୍ଡା, କୋକସରା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ, ଉପ ସଭାପତି ବୀର କିଶୋର ନାଗ, ଉପଦେଷ୍ଟା କମିଟି ସଦସ୍ୟ ଲିଙ୍ଗରାଜ ନାଏକ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ସହ ଛାତ୍ର ଛାତ୍ରୀ ପ୍ରତି ସହନଶୀଳତା ସହକର୍ମୀଙ୍କ ସହ ଉତ୍ତମ ସଂପର୍କକୁ ମନେ ପକାଇ ତାଙ୍କ ଆଗାମୀ ଜୀବନର ମଙ୍ଗଳ କାମନା କରିଥିଲେ । ଶିକ୍ଷକ ଅଜିତ କୁମାର ସାହୁ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ସ୍ୱାଗତ ସମ୍ବର୍ଦ୍ଧନା ସି.ଆର.ସି.ସି. ସୁବାସ ବାଗ ଓ ମଞ୍ଚ ପରିଚାଳନା ବରିଷ୍ଠ ଶିକ୍ଷକ ସଂଜୀବ କୁମାର ପାଢୀ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.