ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ଦ୍ୱାରା ୩ ନାଗ ସାପ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅଗ୍ନଶମ କାର୍ଯ୍ୟାଳୟ ପରିସର ଓ ରାସ୍ତା କଡରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିରଞ୍ଜନ ଶବର ୩ ବିଷାକ୍ତ ଗୋଖର ନାଗସାପକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, କୋକସରା ଜାତୀୟ ରାଜପଥ କଡ଼ରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ୨ ଗୋଟି ନାଗସାପ ବୁଲୁଥିବା ଦେଖି ଅଗ୍ନିଶମ ବିଭାଗ କର୍ମଚାରୀ ଏ ନେଇ ରେଙ୍ଗାଳପାଲି ଗ୍ରାମର ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିରଞ୍ଜନଙ୍କୁ ଖବର ଦେବାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆସି କାର୍ଯ୍ୟଳୟ ପରିସର ରୁ ୨ ଟି ଓ ରାସ୍ତାରେ ଗୋଟେ ବିଷାକ୍ତ ନାଗସାପକୁ ଉଦ୍ଧାର କରିଛନ୍ତି । ଫରେଷ୍ଟ କର୍ମଚାରୀଙ୍କୁ ଜଣାଇବା ସହ ନିକଟସ୍ଥ ଜଙ୍ଗଲ ରେ ଉକ୍ତ ସାପକୁ ଛଡ଼ାଯିବ ବୋଲି ସେ କହିଛନ୍ତି । ତେବେ ପ୍ରବଳ ଖରା କାରଣରୁ ସାପ ବିଳରୁ ବାହାରି ଖୋଲା ସ୍ଥାନକୁ ଆସୁଥିବା କହିବା ସହ ରାସ୍ତା ରେ ଯା’ଆସ ସମୟରେ ସତର୍କ ରହିବାକୁ ସଚେତନ କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିରଞ୍ଜନ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.