ବିଜେଡ଼ିରେ ସାମିଲ ହେଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ

ପୂର୍ବତନ ବିଜେପି ମଣ୍ଡଳ ସଭାପତି ଭବାନୀଶଙ୍କର ବାଣୁଆ ମଧ୍ୟ ବିଜେଡିରେ ଯୋଗଦେଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିର୍ବାଚନ ପୂର୍ବରୁ ତଥା ନିର୍ବାଚନ ପରେ ମଧ୍ୟ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଅନେକ ଦଳର କର୍ମୀ ଓ ନେତାମାନେ ବିଜେଡି ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଦଳରେ ସାମିଲ ହେଉଥିବା ଧାରା ଜାରି ରହିଥିବା ବେଳେ ଭୁବନେଶ୍ଵର ସ୍ଥିତ ବିଧାୟକଙ୍କ ବାସଭବନ ପରିସରରେ ଲାଞ୍ଜିଗଡ଼ ବିଜେପର ପୂର୍ବତନ ମଣ୍ଡଳ ସଭାପତି ଭବାନୀ ଶଙ୍କର ବାଣୁଆ ଏବଂ ଲାଞ୍ଜିଗଡ଼ ବ୍ଲକର ନବନିର୍ବାଚିତ ଅଧ୍ୟକ୍ଷା କମଳା ପାତ୍ରଙ୍କ ସ୍ବାମୀ ତଥା ଅବସରପ୍ରାପ୍ତ ରେଞ୍ଜର ହରିଶଙ୍କର ପାତ୍ର ବିଜେଡି ଦଳରେ ସାମିଲ ହୋଇଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଉପସ୍ଥିତରେ ଉଭୟ ନେତା ବିଜେଡି ଦଳରେ ସାମିଲ ହୋଇଥିବା ବେଳେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଏହି ଅବସରରେ ଲାଞ୍ଜିଗଡ଼ ୧ନଂ ଜୋନ୍ ଜିଲ୍ଲାପରିଷଦ ଅଞ୍ଜଳି ମାଝୀ, ୨ନଂ ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ, ବିଧାୟକଙ୍କ ପ୍ରତିନିଧି ପ୍ରଦିପ ଘଡେଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ଲାଞ୍ଜିଗଡ଼ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଡିଲେଶ କୁମାର ନାଗ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ୧ନଂ ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ପାହାଡପଦର ସମିତି ସଭ୍ୟ ଜଗଦିଶ ବେନିଆଁ, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ ଏବଂ ଲାଞ୍ଜିଗଡ଼ ବ୍ଲକର ବିଜେଡିର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.