ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ ତରଫରୁ ନବନିର୍ବାଚିତ କେସିଙ୍ଗା ନଗରପାଳ ନୃପରାଜ ଯାଦବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ ଚେତାବନୀର ଉପସଭାପତି ରମେଶ ଜେନା ସଭାପତିତ୍ବ କରିଥିବାବେଳେ ଅଧ୍ୟାପିକା ମଞ୍ଜୁମେଧା ଗୁରୁ, ସମ୍ପାଦକ ରଞ୍ଜନ ପଣ୍ଡା ମଞ୍ଚାସୀନ ଥିଲେ । ଚେତାବନୀର ସଂସ୍କୃତି ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ସଂଗଠନ ସମ୍ପାଦକ ଯାଦବେନ୍ଦ୍ର ସାହା ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ । କବି ଜି କ୍ରିଷ୍ଣା ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ । ଚେତାବନୀର ସମସ୍ତ ସଦସ୍ୟଙ୍କ ସମେତ କୋଷାଧ୍ୟକ୍ଷ ଡମ୍ବରୁଧର ଭୋଇ, ମଧୁ ସିନ୍ଦୂର, ସୁରେଶ ମହାନନ୍ଦ, ବୈଷ୍ଣବ ସାହା, ତପନ ଦାଶ, ଭାଗିରଥି ସିଂ, ଗୋବିନ୍ଦ ବାଗ, ମନୋଜ ବଗର୍ତ୍ତୀ, ହିମାଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କେସିଙ୍ଗାର ବିକାଶ ପାଇଁ ସାହିତ୍ୟର ବିକାଶ ଆବଶ୍ୟକ ବୋଲି ସମ୍ପାଦକ ଶ୍ରୀ ପଣ୍ଡା ମନ୍ତବ୍ୟ ରଖିଥିଲେ ଏବଂ ନବନିର୍ବାଚିତ ଅଧ୍ୟକ୍ଷ ଆଗାମୀ ଦିନରେ ଚେତାବନୀ ତଥା ସାହିତ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।