ସମିତଙ୍ଗୀ ଗାଁରେ ବିଶ୍ଵକଲ୍ୟାଣ ମାଁ ତାରିଣୀ ମହାଯଜ୍ଞ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ଜିଲ୍ଲା କିଶୋର ନଗର ଅନ୍ତର୍ଗତ ସମିତଙ୍ଗୀ ଗାଁରେ ଭକ୍ତି ଓ ଭାବ ସହ ସମାପନ ହେବାକୁ ଯାଉଛି ପ୍ରସିଦ୍ଧ ଚତୁର୍ର ଦିବସୀୟ ମାଁ ତାରିଣୀ ମହାଯଜ୍ଞ । ଗତ ଅପ୍ରେଲ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ପଞ୍ଚଦଶ ତମ ମହାଯଜ୍ଞ ଆସନ୍ତା ୧୪ ତାରିଖରେ ପୁର୍ଣ୍ଣାହୁତି ଦିଆଯିବ । ଏହି ମହାଯଜ୍ଞର କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ସୁନାମଧନ୍ୟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଯଜ୍ଞକୁଣ୍ଡରେ ପ୍ରତ୍ୟେକ ଦିନ ହୋମଯଜ୍ଞ , ଗୋପୂଜା, ଆଳତି, ସୂର୍ଯ୍ୟ ପୂଜା ଏବଂ ନାମ ଯଜ୍ଞ କରାଯିବା ସହ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସ୍ବତନ୍ତ୍ର ଦର୍ଶନ ସହ ଅନ୍ନପ୍ରସାଦ ଭଳି ବ୍ୟବସ୍ଥା କରାଯାଇଥିଲା । ଯଜ୍ଞ ଦେଖିବା ନିମନ୍ତେ ସବୁଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କ ମଧ୍ୟରେ ସୁଅ ଛୁଟୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ମହାଯଜ୍ଞ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞ କାର୍ଯ୍ୟ ଶାନ୍ତିଶୃଙ୍ଖଳା ସହ ଚାଲିଛି ଓ ଆଗମୀ ଦିନ ମାନଙ୍କରେ ମଧ୍ୟ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ହେବ ବୋଲି କମିଟି ତରଫରୁ ଆଶା କରାଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.