ଇଣ୍ଡିଆ ବୁକ୍ସ ରେକର୍ଡ଼ରେ ମ.ରାମପୁରର କୁନିଝିଅ ଦେବାଂଶି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପୋଲିସ ପଡ଼ାର କୁନି ଝିଅ ଦେବାଂଶି ଦେଖାଇଳେ କମାଲ୍ । ତିନିବର୍ଷର ଶିଶୁ ଦେବାଂଶି ଇଣ୍ଡିଆ ବୁକ୍ସ ରେକର୍ଡ଼ କରି ମ.ରାମପୁର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଦେବାଂଶି ଇଂରାଜୀ ବର୍ଣ୍ଣମାଳା, ଶବ୍ଦ ସହ ସାତୋଟି ମହାଦେଶର ନାମ, ଆଠଟି ଗ୍ରହର ନାମ, ଚାରୋଟି ମନ୍ତ୍ର, ସପ୍ତାହର ବାର ମାନଙ୍କ ନାମ, ମାସ ମାନଙ୍କର ନାମ, ଦୁଇ ଖନ୍ଦା ପଣିକିଆ, ଦଶଟି ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର, ଚଉଦ ଟି ଭାରତ ରାଜ୍ୟର ରାଜଧାନୀ, ଚାରୋଟି ଐତିହାସିକ କୀର୍ତ୍ତିର ନାମ, ଏଗାରଟି ଜାତୀୟ ସଙ୍କେତ, ଏକୋଇଶିଟି ପଶୁ, ଛଅଟି ପଶୁ ଶାବକ, ଦଶଟି କାର୍ଯ୍ୟ, ଆଠଟି ଜ୍ୟାମିତିକ ଆକୃତି, ଦଶଟି ଫଳ, ନଅଟି ପନିପରିବାର ନାମ ଇତ୍ୟାଦିକୁ ନିର୍ଭୁଲ ଭାବରେ କହି ଏହି ରେକର୍ଡ଼ ହାସଲ କରିଛନ୍ତି । ଏହି ରେକର୍ଡ଼ ପରେ ତାଙ୍କୁ ମେଡ଼ାଲ ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ପିତା ବିକାଶ ରଞ୍ଜନ ମହାରଣା ଏବଂ ମାତା ରିପି ମହାରଣାଙ୍କ ସୁକନ୍ୟା ଦେବାଂଶିଙ୍କ ଏହି ସଫଳତା ପରେ ତାଙ୍କରି ପାଖରୁ ଶୁଭେଚ୍ଛାର ସୁଅ ଛୁଟିବା ସହିତ ଆଗାମୀ ଦିନରେ ସେ ଆହୁରି ସଫଳ ହୁଅନ୍ତୁ ଏହି କାମନା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.