ବ୍ଲକ ସ୍ତରୀୟ ସ୍ଵାସ୍ଥ୍ୟମେଳା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସୋନପୁର: ଆସନ୍ତା ୧୯ ଏପ୍ରିଲ ମଙ୍ଗଳବ‍ାର ଦିନ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ଵାରା ଲଚ୍ଛିପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସୋନପୁର ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକଙ୍କ ଅଧ୍ୟକ୍ଷ୍ୟତାରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ସ୍ଥାନୀୟ ବିଡିଓ ସୌମ୍ୟ ରଂଜନ ସ୍ଵାଇଁ, ନାଇକେନପାଲି ସିଏଚସି ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ମଧୁ ସୁଦନ ଓତା, ସିଡିପିଓ ନିବେଦିତା ସରାଫ, ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ଆଚାର୍ଯ୍ୟ, ସମାଜ କଲ୍ୟାଣ ସଂପ୍ରସାରଣ ଅଧିକାରୀ ଉତ୍ତମ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ଥ୍ୟମେଳାକୁ ସଫଳ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ। ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମସ୍ତଙ୍କୁ ସ୍ଵାଗତ କରିବା ସହ ସଭାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ବିପିଏମ ଅଶୋକ ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.