କଳା ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ କେସିଙ୍ଗା, ଏପଟେ କର ନିର୍ଦ୍ଧାରଣ ସଂସ୍ଥା କାର୍ଯ୍ୟାଳୟରେ ଝୁଲୁଛି ତାଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ରହିଥିବା ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର ଅଧିକାରୀଙ୍କ କାର୍ଯ୍ୟାଳୟର କର ନିର୍ଦ୍ଧାରଣ ସଂସ୍ଥାର ୟୁନିଟ କାର୍ଯ୍ୟାଳୟଟି ବର୍ଷ ସାରା ତାଲା ଝୁଲୁଛି । ଏହି କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନେ ଭବାନୀପାଟଣା ସର୍କଲ କାର୍ଯ୍ୟାଳୟରେ ରହି କେସିଙ୍ଗା ୟୁନିଟ୍ ର ସମସ୍ତ କାମ କରୁଥିବା ଜଣାପଡିଛି । ନିଜର ଟାର୍ଗେଟ ପୂରଣ ପାଇଁ ବର୍ଷକୁ କେବଳ କିଛି ଦିନ ହିଁ କର୍ମଚାରୀ ମାନେ କେସିଙ୍ଗା ୟୁନିଟ୍ ଅଫିସ୍ କୁ ଆସୁଥିବା ଅଭିଯୋଗ ହେଉଛି । କେସିଙ୍ଗାରେ ନାମକୁ ମାତ୍ର କର ନିର୍ଦ୍ଧାରଣ ସଂସ୍ଥା କାର୍ଯ୍ୟାଳୟ ରହିଛି ବୋଲି ଜଣାପଡିଛି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ହେଉଛି ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଭାବରେ ପରିଚିତ । କେସିଙ୍ଗା ସହରରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭିନ୍ନ ବ୍ୟବସାୟିକ କାରବାର ହୋଇଥାଏ । ଯାହାକି ମାସକୁ କୋଟି କୋଟି ଟଙ୍କାର କାରବାର ହେଉଥିବାବେଳେ ସେହି ମାତ୍ରାରେ ସରକାର ରାଜସ୍ବ ପାଉଛନ୍ତି କି ନାହିଁ ତାହା ସନ୍ଦେହ ପ୍ରକାଶ ପାଇଛି । ଯେଉଁ ମାତ୍ରାରେ ସରକାର ରାଜସ୍ବ ପାଇବା କଥା ତାହାକୁ କେସିଙ୍ଗା ସହରର ବ୍ୟବସାୟୀ ଖୋଲା ଖୋଲି ଉଲଂଘନ କରୁଥିବା ଅଭିଯୋଗ ହେଉଥିବା ବେଳେ କେସିଙ୍ଗା ସହର କଳା ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଅପମିଶ୍ରଣ ଠାରୁ ଆରମ୍ଭ କରି କର ଠକିବା । ଅନେକ ସମୟରେ ଗୋଦାମରେ ମାଳ ଗଚ୍ଛିତ ରଖି କୁତ୍ରିମ ଅଭାବ ସୃଷ୍ଟି କରି ଚଢା ଦରରେ ଦ୍ରବ୍ୟ ବିକ୍ରି କରିବା ଆଦି କଳା କାରନାମା ବର୍ଷ ବର୍ଷ ଧରି ଚାଲୁଥିବା ଗ୍ରାହକମାନେ ଅଭିଯୋଗ କରି ଆସୁଛନ୍ତି । ଏପଟେ ଅନେକ ଏଜେନ୍ସି ସରକାରୀ ନିୟମ କାନୁନକୁ ଅଣଦେଖା କରି ମନଇଚ୍ଛା ନିଜର କାରବାର ଚଳାଇଥିବା ମଧ୍ୟ ଅଭିଯୋଗ ହେଉଛି । କେତେକ ଏଜେନ୍ସି ସରକାରୀ ନିୟମାନୁସାରେ ଚାଲିଥିବା ବେଳେ ଆଉ କେତେକ ଏଜେନ୍ସି ସରକାରୀ ବାବୁ ମାନଙ୍କ ଛତ୍ରଛାୟା ତଳେ ରହି ପ୍ରବଳ ଟିକସ ଫାଙ୍କି କରୁଥିବା ଚର୍ଚ୍ଚା ହେଉଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.