ସିଙ୍ଗଝର ଗାଁରେ ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ହାଡିପାଗୁରୁ ସମାଜ ଦ୍ବାରା ୧୩୧ତମ ଅମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଅମ୍ବେଦକର ସମାଜର ଜିଲ୍ଲା ସଭାପତି ବିଜୟ ସହିସଙ୍କ ନେତୃତ୍ବରେ ଶତାଧିକ ହାଡିପାଗୁରୁ ସମାଜର ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲେ । ଅମ୍ବେଦକରଙ୍କ ପ୍ରତିମୃତ୍ତିରେ ମାଲ୍ୟର୍ପଣ ଅର୍ପଣ କରି ଅମ୍ବେଦକରଙ୍କ ଜୟଗାନ କରିଥିଲେ । ସାଧାରଣ ସଭାରେ ବୁଡାରଜା ଦେବତା ସହ ହାଡିପା ଗୁରୁଙ୍କୁ ଜିଲ୍ଲା ସଭାପତି ଓ ସମସ୍ତ ସଦସ୍ୟ ମାନେ ମିଲିତ ଭାବରେ ପୁଜା ଅର୍ଚ୍ଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ହାଡିପାଗୁରୁ ସାଧାରଣ ସଂପାଦକ ମୁଲଚନ୍ଦ ସୁନାଙ୍କ ସଭାପତିତ୍ବ ଆୟୋଜିତ ସଭାରେ ଜିଲ୍ଲା ସଭାପତି ବିଜୟ ସହିସଙ୍କ ସମେତ ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର, କୋମନା ବ୍ଲକ ସଭାପତି ରାମେଶ୍ବର ଲୁହା ଓ ସିନାପାଲିର ସମାଜସେବୀ ଲୋଚନ ସାଗର ତଥା ସିଙ୍ଗଝର ଗାଁ ର ବୟୋଜେଷ୍ଠ ବାସୁଦେବ ସିନ୍ଦୁର ଓ ଖଡିଆଳର ଯୁବ ସମାଜସେବୀ ଅନିଲ ସିନ୍ଦୁର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ସମାଜକୁ ଆଗେଇବାକୁ ହେଲେ ଶିକ୍ଷାର ଦୀପ ଜଲେଇବା ନିହାତି ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.