କୋକସରା ଠାରେ ବାବା ସାହେବ ଆମ୍ବେଦକରଙ୍କ ୧୩୧ତମ ଜନ୍ମଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ଠାରେ ଡାକ୍ତର କେଶବ ଲାଲ ବାଗ ଙ୍କ ସଭାପତିତ୍ୱ ରେ ବାବା ସାହେବ ଆମ୍ବେଦକର ଙ୍କ 131 ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି l ପ୍ରଥମେ ବାବା ସାହେବ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଜନ୍ମଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନବୀନ ଶବର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲଡ଼ୁଗାଁ ସରପଞ୍ଚ ନକୁଳ ନାଏକ ଯୋଗ ଦେଇ ସମାଜ ପ୍ରତି ବାବା ସାହେବ ଙ୍କ ଅବଦାନ, ନୀତି, ଆଦର୍ଶ ଦେଶ ର କୋଟି କୋଟି ଦଳିତ, ବଞ୍ଚିତ,ଅବହେଳିତ, ଶୋଷିତ,ପଛୁଆବର୍ଗ ଙ୍କୁ ସ୍ୱାଭିମାନ, ଆତ୍ମସଂମ୍ମାନ ଓ ଦାୟିତ୍ୱ ସମ୍ପନ୍ନ ଜୀବନ ଯାପନ ପାଇଁ ପଥ ପ୍ରଦର୍ଶନ କରିଥିବା କହିଥିଲେ l ଅନ୍ୟ ଅତିଥି ଙ୍କ ମଧ୍ୟରେ କୋକସରା ଜିଲ୍ଲା ପରିଷଦ ତ୍ରିନାଥ ବାଗ, ବିଶ୍ୱମ୍ବର ନାଏକ, ଦୁର୍ଗା ପ୍ରସାଦ ଚିନ୍ଦା, ରାଷ୍ଟ୍ରୀୟ ପଛୁଆ ବର୍ଗ ପ୍ରଭାରୀ କଳାହାଣ୍ଡି ଚନ୍ଦ୍ରଶେଖର ଗୋପାଳ, ପୁରନ୍ଦର ସତନାମୀ, ପୁସ୍ତମ ଗୁପ୍ତା, ଅଲେଖ ଗୋପାଳ ପ୍ରମୁଖ ମଞ୍ଚାସିନ ହୋଇ ବାବା ସାହେବ ଙ୍କ ଆଧୁନିକ ଭାରତ ନିର୍ମାଣ ଉପରେ ଅବଦାନ କଥା କହିଥିଲେ l ଧୀମାନ ସତ୍ୟବାନ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଆଇନ ଜୀବି ଉଗ୍ରେସେନ ବାଗ, ଚିନୀଲାଲ ବାଗ, ରାମଚନ୍ଦ୍ର ପାଣିଗ୍ରାହୀ, ପୁରୁଷୋତ୍ତମ ମହାନନ୍ଦ, କାମଦେବ ଠାକୁର ସମେତ ଏହି ଜନ୍ମଜୟନ୍ତୀ ରେ ବିଭିନ୍ନ ଅଞ୍ଚଳ ରୁ ବହୁ ଆମ୍ବେଦକର ଓ ଗଣତାନ୍ତ୍ରିକ ପ୍ରେମୀ ଯୋଗ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.