ବେହେରା ଗୋରୁବଜାର ଛକଠାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ବେହେରାର ଗୋରୁବଜାର ଛକଠାରେ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ଦାବି ହେଉଛି । ଏହି ଛକ ପାର୍ଶ୍ବସ୍ଥ ଧର୍ମଗଡ-ଆମପାଣି ବିଜୁ ଏକ୍ସପ୍ରେସ ଓ୍ବେ ରାସ୍ତା ଦେଇ ସବୁବେଳେ ଯାନବାହାନ ଚଳାଚଳ କରିଥାଏ । ଏହି ରାସ୍ତା ନବରଙ୍ଗପୁର ଚାନ୍ଦାହାଣ୍ଡି ତଥା ପଡୋଶୀ ରାଜ୍ୟ ଛତିଶଗଡ଼କୁ ସଂଯୋଗ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏହି ଛକରେ ସଦାବେଳେ ଭିଡ ଜମି ରହିଥାଏ । ବସ ଅପେକ୍ଷାରେ ଥିବା ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବେହେରା ଗୋରୁ ବଜାର ଛକରେ ଗୋଟିଏ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ସହ ଚର୍ତୁପାଶ୍ୱ ମଝିରେ ଏକ ଟ୍ରାଫିକ ସାଇନ ବୋର୍ଡ ନିର୍ମାଣ ହେଲେ ସାଧାରଣ ଜନତା ତଥା ଗାଡି ଚାଳକ ମାନେ ସୁରକ୍ଷିତ ହୁଅନ୍ତେ ତେଣୁ ଏଥିପ୍ରତି ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.