ଅଇନି ଯାଦବ ସଂଘ ପକ୍ଷରୁ ଲଉଡି ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଟକ: ୪୨ମୌଜା ସ୍ଥିତ ଅଇନି ଗ୍ରାମର ଆରାଧ୍ୟ ଦେବୀ ମା ହାଡ଼ବାଇ ମନ୍ଦିର ପରିସରରେ ଅଇନି ଯାଦବ ସଂଘ ପକ୍ଷରୁ ବାର୍ଷିକ ଲଉଡ଼ି ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏଥିରେ ଆୟୋଜକ ଅଇନି ସହ ଦହିଗାଁ, ମଣ୍ଡାସାହି ଓ ନାହାଭଙ୍ଗା ପ୍ରଭୃତି ୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଝାରକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଶିଶିର କୁମାର ରାଉତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କଟକ ଜିଲ୍ଲା ଯାଦବ ମହାସଭା ଉପ ସଭାପତି ବିନୋଦ ବେହେରା, ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ତୀର୍ଥବାସୀ ବେହେରା, ସାଧାରଣ ସମ୍ପାଦକ ତରୁଣ ବେହେରା, ତୁଷାରକାନ୍ତ ମହାପାତ୍ର, କଟକ ସଦର ଯୁବ ଯାଦବ ମହାସଭା ସଭାପତି ତଥା ମହାନଗର ୫୮ ନ° ୱାର୍ଡ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଗ୍ରାମ ମୂରବୀ ପ୍ରଭାକର ରଣା ଓ ବୈଷ୍ଟମ୍ବ ବେହେରା ପ୍ରମୁଖ ଅନୁଷ୍ଠାନର ଉନ୍ନତି ବାବଦରେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ପ୍ରସନ୍ନ କୁମାର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଭାରତବର୍ଷୀୟ ଯୁବ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରାଙ୍କ ମଞ୍ଜୁର ତଥା ସହି ମୋହର ସନ୍ତକ ଥାଇ ଗ୍ରାମର ନକୁଳ ବେହେରାଙ୍କୁ କଳା ଓ ପ୍ରତିଭା ସମ୍ମାନ, ସ୍ବର୍ଗତ ବିକଳ ଚରଣ ବେହେରା ଓ ସ୍ବର୍ଗତ ଅଜୟ କୁମାର ବେହେରାଙ୍କୁ ମରଣୋତ୍ତର ଆଦର୍ଶ ଯାଦବ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇ ମାନପତ୍ର ସମ୍ମାନକୁ ଯଥାକ୍ରମେ ତାଙ୍କ ଜ୍ୟେଷ୍ଠ ପୁତ୍ର ଜ୍ୟୋତିରଂଜନ ବେହେରା ଓ କନିଷ୍ଠ ଭ୍ରାତା ସୁଶାନ୍ତ ବେହେରାଙ୍କ ହସ୍ତରେ ଅର୍ପଣ କରାଯାଇଥିଲା। ଲୋକନାଥ ବେହେରା, କବିର ବେହେରା, ରମେଶ ବେହେରା, ସୁବ୍ରତ ବେହେରା, ମନୋଜ ବେହେରା, ଧନେଶ୍ଵର ବେହେରା, ବସନ୍ତ ବେହେରା, ସାଗର ବେହେରା, ସୁରେନ୍ଦ୍ର ବେହେରା, ଦେବାଶିଷ ବେହେରା, ସଞ୍ଜୟ ବେହେରା ମନୋରଞ୍ଜନ ମହାନ୍ତି, ମନୋରଞ୍ଜନ ପଣ୍ଡା, ସମ୍ବିତ ବେହେରା, ସୁଜିତ ବେହେରା ଓ ବାପୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.