ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କେତେକ ଗଣମାଧ୍ୟମରେ ମକ୍ରାଗୁଡା ଗ୍ରାମରେ ୨୩ ଗୋଟି ନଳକୂପ ଅଚଳ ଥିବା ଯୋଗୁଁ ଗ୍ରାମବାସୀ ବାଧ୍ୟ ହୋଇ ସ୍ଥାନୀୟ ଉଦନ୍ତି ନଦୀରୁ ଚୁଆ କରି ପାଣି ବ୍ୟବହାର କରୁଥିବା ଖବର ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶନ ପରେ ଆଜି ଗୋଲାମୁଣ୍ଡା ବ୍ଲକ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବାଷ କୁମାର ପଣ୍ଡା ମକ୍ରାଗୁଡା ଗ୍ରାମକୁ ଯାଇ ସ୍ଥିତି ପରଖି ଥିଲେ । ଉକ୍ତ ସମୟରେ ସ୍ଥାନୀୟ ସରପଞ୍ଚ ଦମୟନ୍ତି ଭୋଇ ମଧ୍ୟ ଉପସ୍ଥିତ ଥିଲେ । ମକ୍ରାଗୁଡା ଗ୍ରାମର ସମସ୍ତ ୱାର୍ଡ ବୁଲି ସମସ୍ତ ନଳକୂପର ସ୍ଥିତି ପରଖି ଥିଲେ କିନ୍ତୁ ମକ୍ରାଗୁଡା ଗ୍ରାମରେ ୨୩ ଗୋଟି ନଳକୂପ ଅଚଳ ନଥିବା ଦେଖିବାକୁ ପାଇଥିଲେ । ଅପର ପକ୍ଷରେ କେତେକ ଲୋକେ ଉଦନ୍ତି ନଦୀର ଚୂଆ ପାଣି ବ୍ୟବହାର କରିବାକୁ ପସନ୍ଦ କରୁଥିବାରୁ ସେମାନେ ଉଦନ୍ତି ନଦୀ ପଠାକୁ ଯାଇ ଚୂଆ ପାଣି ସଂଗ୍ରହ କରି ଘରକୁ ଆଣୁଥିବା ପ୍ରକାଶ କରିଥିଲେ । ଗ୍ରାମବାସୀମାନେ ମଧ୍ୟ ଗ୍ରାମରେ ଥିବା ୨୩ ଗୋଟି ନଳକୂପ ଅଚଳ ନଥିବା ପ୍ରକାଶ କରିଥିଲେ । ଉକ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଏପରି ଭିତ୍ତିହିନ ଖବରକୁ ନଛାପିବାକୁ ଅନୁରୋଧ କରିଥିଲେ । ଉକ୍ତ ଖବରକୁ ନେଇ ସୋସିଆଲ ମିଡିଆରେ ସ୍ଥାନୀୟ ଜନପ୍ରତିଧିଙ୍କୁ ଅପମାନିତ କରାଯାଉଥିବାରୁ ଏଥିରେ ନିବୃତ ରହିବାକୁ କହିଥିବା ବେଳେ ଆଗାମୀ ଦିନରେ ଏପରି ମିଥ୍ୟା ଓ ଭିତ୍ତିହିନ ଖବର ଛାପିଲେ ବ୍ଲକ ପ୍ରଶାସନ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।