ରିଷିିଡ଼ା ଗାନ୍ଧୀନଗର ଠାରେ ୧୩୧ତମ ଆମ୍ବେଦକର ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଭାରତ ରତ୍ନ ବି. ଆର୍ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ରିଷିିଡ଼ା ଗାନ୍ଧୀନଗର ଠାରେ ପାଳିତ ହୋଇଯାଇଛି । ଘାସିରାମ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ମଧୁସୁଦନ ବାଗ, ମୁଖ୍ୟବକ୍ତା ଭାବେ ତ୍ରିଭୁବନ ନାଗ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ କୁମାର, ଶିକ୍ଷକ ଶରତ ବାରିକ, ଶିକ୍ଷକ ଦଣ୍ଡପାଣି ନାଏକ, ବିଏସପି ନେତା ଗଭିର ସୁନା, ପ୍ରଭାକର କୁମାର, ଅଞ୍ଜୁ ସୁନା, ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ମିନିକେତନ ସୁନା ମଞ୍ଚ ପରିଚାଳନା କରିଥିବାବେଳେ ହିମାଂଶୁ ଶେଖର କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା । ରିଷିିଡା ଗାନ୍ଧୀନଗର ବି. ଆର୍ ଆମ୍ବେଦକର ସଂଘ ସଭାପତି ଗିରିଶ ଚନ୍ଦ୍ର ସୁନା, ସମ୍ପାଦକ ସୁରେନ୍ଦ୍ର ସିକଚାନ୍ଦ, ଅଶ୍ଵିନୀ ସୁନା, ଗଣେଶ କୁମାର, ଥୟଚନ୍ଦ୍ର କୁମାର, ଅନ୍ତରାମ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.