ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ଦିବସ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ଏହି କ୍ରମରେ କେସିଙ୍ଗା ବିଜେଡି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି । କେସିଙ୍ଗା ବସ ଷ୍ଟାଣ୍ଡ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳ ପକ୍ଷରୁ ପୁଷ୍ପାମାଲ୍ୟାର୍ପଣ କରାଯାଇଥିଲା । ପରେ ଏକ ସଭା ଆୟୋଜିତ ହୋଇ ବିଜୁବାବୁଙ୍କ ଜୀବନୀ ଆଦର୍ଶ, ନୀତି ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏଥିରେ ମେଡ଼ିକାଲ ଅଫିସର ସୁବାଷ ଚନ୍ଦ୍ର ବେହେରା, ୧୨ ନମ୍ବର ୱାର୍ଡର କାଉନ୍ସେଲର ହେମ ସୁନା, ଯୁବନେତା ଶିଲୁ ପରିଡା, କୃଷ୍ଣଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଚରଣ ସାହା, ଶୁକ୍ରୁ କଟା, ଜଗମୋହନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।