ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ଦିବସ : ନର୍ଲାରୋଡ଼ରେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଝଡ଼ର ଇଗଲ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳ ତରଫରୁ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତଦାନ ଶିବିର ନର୍ଲାରୋଡ ଧର୍ମଶାଳାରେ ସକାଳ ୧୦ଟାରୁ ଆରମ୍ଭ ହୋଇଛି ।ବିଜେଡିର ବରିଷ୍ଠ ଯୁବନେତା ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଶିବିର ଅନୁଷ୍ଠିତ ହେଉଥିବା ବେଳେ ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିବିରଟିକୁ ଉଦ୍ଘାଟନ କରି ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ଓଡିଶା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ବିଷୟରେ ଉଲ୍ଲେଖ କରି ସ୍ମୃତି ଚାରଣ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ମ.ରାମପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂଦେଓ, କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ସଭାପତି ଅବିନାଶ ଠାକୁର, ନର୍ଲାର ତିନି ଜଣ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ ଓ ଲିଲି ଦୀପ, କାର୍ଲାମୁଣ୍ଡା ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ କରି ବିଜୁବାବୁଙ୍କ ଅବଦାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ କହିଥିଲେ । ଶିବିର ଆରମ୍ଭରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଜେଡି କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଉଦ୍ବୋଧନ ଦେଇ ଉତ୍ସାହିତ କରିଥିଲେ । ନର୍ଲା ବିଜେଡିର ବରିଷ୍ଠ କର୍ମୀ ପ୍ରଦୀପ ହଂସ (ବଡ), ପୂର୍ଣ୍ଣଚନ୍ଦ୍ର ପୁଝାରୀ, କିଶୋର ମାଝୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଭବାନୀପାଟଣା ଡାକ୍ତରଖାନା ଓ ରକ୍ତଭାଣ୍ଡାର ର ଟେକ୍ନିସିଆନ ଦଳ ଆସି ରକ୍ତ ସଂଗ୍ରହ କରିଥିଲେ । ବିଜୁ ଜନତାଦଳର କର୍ମୀ, ବିଜୁ ଛାତ୍ର ଜନତା ଦଳର କର୍ମୀ, ମହିଳା କର୍ମୀ ଓ ସ୍ଥାନୀୟ ଯୁବକ ମାନେ ସ୍ୱତ ପ୍ରବୃତ ଭାବରେ ରକ୍ତଦାନ କରୁଥିବା ଦେଖିବାକୁ ମିଳୁଛି । କାର୍ଯ୍ୟକ୍ରମ ଶେଷରେ ବିଜେଡିର ଯୁବ ନେତା ହମେଶ କୁମାର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.