ଭାରତ ଗସ୍ତରେ ଆସୁଛନ୍ତି  ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ୨୧ରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ପ୍ରଧାନମନ୍ତ୍ରୀ ଭାବେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଯୁକ୍ତ ଓ ପ୍ରତିରକ୍ଷା, କୁଟନୈତିକ ଓ ଅର୍ଥନୈତିକ ଭାଗିଦାରୀ କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏପ୍ରିଲ ୨୧ରେ ବୋରିସ୍ ଜନସନ୍ ଅହମ୍ମଦାବାଦ ଗସ୍ତ କରିବେ । ସେଠାରେ କିଛି ମୁଖ୍ୟ ଶିଳ୍ପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ ବିଷୟରେ ସେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରୁଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ଭାରତ ଗସ୍ତକୁ, ସେ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ବ୍ରିଟେନ୍ ଖୋଲାଖୋଲି ୟୁକ୍ରେନକୁ ସମର୍ଥନ କରିବା ସହ ଋଷ ଉପରେ କଟକଣା ଲଗାଇଥିବା ବେଳେ, ଭାରତ କିନ୍ତୁ ସମଦୂରତା ନୀତି ଆପଣାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.